୫-ଟି ସଚିବଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋଚନା; ଲୋକଙ୍କ ହୃଦୟ ଜିତିବା ନିମନ୍ତେ ଡାକ୍ତରଗଣ ଉପଯୁକ୍ତ ସେବା ଯୋଗାଇବା ଆବଶ୍ୟକ

0 48

ଗଞ୍ଜାମ ୦୬।୧୧ : ସାରା ରାଜ୍ୟରେ ଆରମ୍ଭ କରାଯାଇଛି ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ଯୋଜନା । ଏହି ଯୋଜନାରେ ହିତାଧିକାରୀଗଣ ସେମାନଙ୍କର ସ୍ବାସ୍ଥ୍ୟର ଚିକିତ୍ସା କିଭଳି ଉତ୍ତମ ମାନର ପାଇପାରିବେ ସେ ନେଇ ଶୁକ୍ରବାର ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ଅଧିକାରୀ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଚିକିତ୍ସା ନିମନ୍ତେ ପଞ୍ଜିକୃତ ହୋଇଥିବା ସମସ୍ତ ବେସରକାରୀ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ସଚିବ ଶ୍ରୀ ପାଣ୍ଡିଆନ୍ ଜଣାଇଥିଲେ ଯେ, କେହିବି ଗରିବ ଲୋକ ଚିକିତ୍ସା ନିମନ୍ତେ ଆସନ୍ତି ଏବଂ ତାଙ୍କ ଚିକିତ୍ସା ଜରୁରୀ ଅଟେ ତେବେ ପେପର କାର୍ଯ୍ୟକୁ ବାଦ୍ ଦେଇ ସର୍ବପ୍ରଥମେ ପ୍ରାଥମିକତା ଭିତ୍ତିରେ ତୁରନ୍ତ ଉକ୍ତ ବ୍ୟକ୍ତିର ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ । ଯଦି କାହାର ଜୀବନ ପ୍ରତି ବିପଦ ରହୁଥିବା ଡାକ୍ତରଗଣ ଅନୁଭବ କରନ୍ତି ତେବେ ଆଖିବୁଜି ପ୍ରଥମେ ଉକ୍ତ ବ୍ୟକ୍ତିର ଚିକିତ୍ସା କରନ୍ତୁ । ତାହାର ସମସ୍ତ ଚିକିତ୍ସା ବାବଦ ଖର୍ଚ୍ଚ ସରକାର ବହନ କରିବେ । ସଂପ୍ରତି ୯୫ଲକ୍ଷ ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପ୍ରଦାନ କରାଯାଇଛି । ମହିଳା ମାନଙ୍କ ସକାଶେ ୧୦ଲକ୍ଷ ଏବଂ ଅନ୍ୟମାନଙ୍କ ସକାଶେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଅବସରରେ ସମସ୍ତ ପଞ୍ଜିକୃତ ବେସରକାରୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନେ କିଭଳି ଚିକିତ୍ସା ପ୍ରଦାନ କରୁଛନ୍ତି, ତାହା ପଚାରି ବୁଝିଥିଲେ । ଚିକିତ୍ସା ସକାଶେ ଆସୁଥିବା ବ୍ୟକ୍ତିମାନଙ୍କ ଠାରୁ ଦଲାଲ୍ ମାନଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦେଇଥିଲେ । ସଂପୃକ୍ତ ଚିକିତ୍ସାଳୟର କର୍ତ୍ତୃପକ୍ଷଗଣ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ଗରିବ ଲୋକେ ଯେଉଁ ମାନଙ୍କର ଚିକିତ୍ସା ନିମନ୍ତେ ସମ୍ବଳ ନାହିଁ ସେମାନେ ଉତ୍ତମ ମାନର ଚିକିତ୍ସା ପାଇ ବହୁତ ଖୁସି ହେଉଥିବା ପ୍ରକାଶ କରିଥିଲେ । ଏଭଳି ସେବା ହିଁ ପ୍ରକୃତ ସେବା, ଏହି ସେବା ପ୍ରଦାନ କରି ଲୋକଙ୍କ ହୃଦୟ ଜିତିପାରୁଥିବା ଡାକ୍ତରଗଣ ଅବଗତ କରାଇଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ ଯେ ଗଞ୍ଜାମ ଜିଲ୍ଲାରେ କୋଡିଏ ଗୋଟି ବେସରକାରୀ ଚିକିତ୍ସାଳୟ ସହିତ ଏହି ସେବା ପ୍ରଦାନ ନିମନ୍ତେ ପଞ୍ଜିକରଣ କରାଯାଇଛି । ଏ ଯାବତ୍ ଜିଲ୍ଲାର ୫୯୬୨ରୋଗୀଙ୍କ ଚିକିତ୍ସା ପ୍ରଦାନ କରାଯାଇ ସମୁଦାୟ ୬୨୩୨୨୨୧୭ଟଙ୍କା ପ୍ରଦାନ କରାଯାଉଥିବା ଅବଗତ କରାଇଥିଲେ । ବୈଠକରେ ଜିଲ୍ଲା ଚିକିତ୍ସା ମୁଖ୍ୟ ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ବେସରକାରୀ ଚିକିତ୍ସାଳୟର କର୍ତ୍ତୃପକ୍ଷଗଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 + 6 =