ସୋନପୁର ମଡେଲ ଡିଗ୍ରୀ କଲେଜର ଗୌରବ ବଢ଼ାଇଲେ ତନିଷା

0 250

ସୁବର୍ଣ୍ଣପୁର ୦୬।୧୧ : ନୂଆଁଦିଲ୍ଲୀ ସ୍ଥିତ ପାମଗ୍ରୀନ ପଞ୍ଚତାରକା ହୋଟେଲରେ ଅକ୍ଟୋବର 29 ତାରିଖରେ ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ 2021 ପ୍ରତିଯୋଗିତାରେ ସୋନପୁର ମୋଡେଲ ଡିଗ୍ରୀ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ତଥା ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ତନିଷା ଅଗ୍ରୱାଲ (17) ମିସ ଟିନ ଇଣ୍ଡିଆ ଆଇରନ ଗାର୍ଲ 2021 ସବ- ଟାଇଟଲ ବିଜେତା ହୋଇଛନ୍ତି । ଏଲି କ୍ଲବ ମିସ ଟିନ ଇଣ୍ଡିଆ ଆଇରନ ଗାର୍ଲ 2021 ଆୱାର୍ଡ ୟୁବିକା ଚୌଧୁରୀ ତରଫରୁ ଆୟୋଜିତ ଏହି ନ୍ୟାସନାଲ ଲେବେଲ ପ୍ରତିଯୋଗିତା ପାଇଁ ଫାଷ୍ଟ ରାଉଣ୍ଡରେ ଦେଶସାରା 12ଟି ସିଟିରେ ଅଡିସନ ହୋଇଥିଲା । ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଅଡିସନରେ ହଜାର ହଜାର ଝିଅମାନଙ୍କ ମଧ୍ୟରୁ ତନିଷା ମନୋନୀତ ହୋଇ ଦିଲ୍ଲୀସ୍ଥିତ ରେଡିଏସନ ବ୍ଲୁ ହୋଟେଲରେ ଅନୁଷ୍ଠିତ ଦ୍ଵିତୀୟ ରାଉଣ୍ଡକୁ ଯାଇଥିଲେ ଏବଂ ସେଠାରୁ 350 ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲରେ 57 ଜଣ ଝିଅଙ୍କୁ ମନୋନୀତ କରାଯାଇଥିଲା । ଏହି ଫାଇନାଲ ପ୍ରତିଯୋଗିତାରେ ସୋନପୁର ମୋଡେଲ ଡିଗ୍ରୀ କଲେଜର ଯୁକ୍ତ ତିନି କଳା ପ୍ରଥମ ବର୍ଷରେ ପଢ଼ୁଥିବା ତନିଷା ଅଗ୍ରୱାଲ ଭାଗ ନେଇ ମିସ ଟିନ ଇଣ୍ଡିଆ ସବ- ଟାଇଟଲ ବିଜେତା ପୁରସ୍କାର ପାଇ ନିଜ କଲେଜ ଓ ନିଜ ଗ୍ରାମ ମନମୁଣ୍ଡା ତଥା ସୁବର୍ଣ୍ଣପୁର ବୌଦ୍ଧ ଉଭୟ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତନିଷାଙ୍କ ସମେତ ଫାଇନାଲ ରାଉଣ୍ଡରେ ଓଡିଶାର ତିନି ଜଣ ଏ ପୁରସ୍କାର ପାଇଛନ୍ତି । ଆୱାର୍ଡ ପାଇ ଘରକୁ ଫେରିବା ପରେ ମନମୁଣ୍ଡା ସୋନପୁରରେ ଖୁସିର ଲହରୀ ଖେଳି ଯାଇଛି ଓ ତାଙ୍କ ସହପାଠୀ, ବନ୍ଧୁବାନ୍ଧବ, ସ୍ତାନୀୟବାସିନ୍ଦା ତନିଷାକୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡାର ସଭାପତି ଲକ୍ଷ୍ମୀ ନାରାୟଣ ମେହେର, ଉପଦେଷ୍ଟା ସୟଦ ଇସଲାମ, ଉପସଭାନେତ୍ରୀ ଇନ୍ଦୁମତୀ ପୁରୋହିତଙ୍କ ସମେତ ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି ଯେ ତନିଷା ସୋନପୁରରେ ଅନେକ ସମ୍ବଲପୁରୀ ଫ୍ୟାସନ ସୋ ରେ ଭାଗ ନେବା ସହିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତି ବର୍ଷ ବାର୍ଷିକ ଉତ୍ସବରେ ନିଜେ ଖୁବ ଆକର୍ଷଣୀୟ ଦାଣ୍ଡିଆ ନାଚ ପ୍ରଦର୍ଶନ କରିବା ସହ ଛାତ୍ରୀମାନଙ୍କୁ ଦାଣ୍ଡିଆ ନାଚ ପ୍ରଶିକ୍ଷଣ ଦେଉଥିଲେ । ଓ ସେ ଏ ସ୍କୁଲରେ ଓଡିଶୀ ନୃତ୍ୟ ପରିବେଷଣ କରିବା ସହ ସୋନପୁର ରାଜ କଲେଜରେ ବିଭିନ୍ନ ଉତ୍ସଵରେ ସୁନ୍ଦର ଆଙ୍କରିଂ କରି ଖୁବ ନାଁ କରିଥିବା ଜଣାଯାଇଛି । 2020 ଫେମିନା ମିସ ଇଣ୍ଡିଆରେ ଭାଗ ନେଇ ସେକେଣ୍ଡ ରାଉଣ୍ଡକୁ ପହଂଚି ତନିଷା କୋଭିଡର ପରିସ୍ଥିତି ପାଇଁ ଆଉ ଆଗକୁ ଯାଇ ପାରିନଥିଲେ ଏବଂ ମିସ ଇଣ୍ଡିଆ କୁଇନ ଅଫ ଦି ହାର୍ଟ ପ୍ରତିଯୋଗୀତାରେ ଦିଲ୍ଲୀରେ ପୂର୍ବରୁ ଭାଗ ନେଇ ଟପ – 5 ସ୍ଥାନକୁ ପହଂଚି ପୁରସ୍କୃତ ହୋଇଥିଲେ । ଏ ସବୁ ସାଧନା ଭିତରେ କିଛି କିଛି ସମୟ ବାହାର କରି ବାପାଙ୍କ ବ୍ୟସ୍ତ ବହୁଳ ବଡ଼ ବ୍ୟବସାୟରେ ମଧ୍ୟ ସହଯୋଗ କରନ୍ତି ତନିଷା । ତନିଷା ମନମୁଣ୍ଡାର ବିଶିଷ୍ଟ ବ୍ୟବସାୟୀ ତଥା ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡାର ଉପଦେଷ୍ଟା ରାମଚନ୍ଦ୍ର ଅଗ୍ରୱାଲ ଓ ରୀନା ଅଗ୍ରୱାଲଙ୍କ କନିଷ୍ଠ ଝିଅ ଅଟନ୍ତି । ସ୍ମାର୍ଟଗାର୍ଲ ମିସ ତନିଷା ଏ ସବୁ ସଫଳତାର ଶ୍ରେୟ ଗୁରୁଜୀ ସଞ୍ଜୟ ସାହୁ, ବାପା ମା ଭାଇ ଭଉଣୀ ଓ ଗୁରୁଜନଙ୍କୁ ଦେଇଛନ୍ତି । ଓ ସମସ୍ତ ଶୁଭେଛୁଙ୍କୁ କୃତଜ୍ଞତା ଜଣାଇ ଆହୁରି ପ୍ରେରଣା ଓ ଆଶୀର୍ବାଦ ମାଗିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 2 =