ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ଉଦଘାଟିତ

0 168

ଫୁଲବାଣୀ: ଗୁରୁବାର ସଂଧ୍ୟାରେ ଫୁଲବାଣୀ ସ୍ଥିତ କରୋନେସନ ପଡିଆ ଠାରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ କନ୍ଧମାଳ ସାଂସଦ ତଥା ସର୍ବଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଖେଳ ହେଉଛି ଏକମାତ୍ର ମାଧ୍ୟମ ଯାହାକି ସମସ୍ତଙ୍କ ମଧ୍ୟରେ ଭାତୃତ୍ୱ ଭାବ ସୃଷ୍ଟି ହେବା ସହ ସଂପର୍କ ବୃଦ୍ଧି ସହ ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ସହାୟକ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଭଲିବଲ ଏସୋସିଏସନ ସଭାପତି କମଳାକାନ୍ତ ପାଣ୍ଡେ ପ୍ରମୁଖ ଯୋଗ ଦେଇ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ଆଗ୍ରହ,ଆନ୍ତରିକତା ଯୋଗୁଁ ଓଡ଼ିଶା ଭଲିବଲ ଏସୋସିଏସନ ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ମିଳିତ ଆନୁକୁଲ୍ୟରେ ପ୍ରଥମଥର ପାଇଁ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ବୋଲି କହିଥିଲେ । ପୁରୁଷ ଭଲିବଲ ପ୍ରତିଯୋଗୀତା କନ୍ଧମାଳ ଜିଲ୍ଲାର ୪ଟି ସ୍ଥାନ ଯଥା ଫୁଲବାଣୀ ବାଲିଗୁଡା, ରାଇକିଆ ଓ ଟିକାବାଲି ଠାରେ ଅନୁଷ୍ଠିତ ହେଉଛି ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ା ସଙ୍ଘ ଭପସଭାପତି ଡ.ଅରୂପ କୁମାର ଜେନା, ପ୍ରତାପ କୁମାର ପାତ୍ର, ଅଶୋକ ବେହେରା, ସଂପାଦକ ଶିବ ପ୍ରସାଦ ତ୍ରିପାଠୀ, ହେମନ୍ତ ମହାନ୍ତି, ପ୍ରଫେସର ଇଶ୍ୱରନା ଏକ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତ ।ଉପସ୍ଥିତ ରହି ଖେଳ ଯେପରି ଶାନ୍ତିଶୃଙ୍ଖଳାର ସହ ବ୍ୟବସ୍ଥିତ ପ୍ରକାରେ ହେବ ସହଯୋଗ କରିଥିଲେ ।
ଏହି ମ୍ୟାଚରେ ରାଜ୍ୟର ୩୦ଟି ଜିଲ୍ଲାର ପୁରୁଷ ଭଲିବଲ ଟିମ ସହିତ ପାରାଦ୍ୱୀପ ପୋର୍ଟ, କିଟ , ରେଳବାଇ ଭଳି ଅନେକ ନାମୀଦାମୀ ଟିମ ଯୋଗଦେଇଛନ୍ତି ।
ସମଗ୍ର ୩୪ ଟି ଦଳକୁ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି । ବାଲିଗୁଡ଼ା, ଟିକାବାଲି, ରାଇକିଆ ଠାରେ ୩ଟି ଗୁପର ଖେଳ ହେବା ବେଳେ ଆଉ ୩ଟି ଗ୍ରୁପ ଫୁଲବାଣୀଠାରେ ହେବ । ସମସ୍ତ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଫୁଲବାଣୀ କରୋନେସନ ପଡିଆ ଠାରେ ଅନୁଷ୍ଠିତ ହେବ । ଏସବୁ ଖେଳ ଦିବାରାତ୍ର ଅନୁଷ୍ଠିତ ହେବ ।
ଏଥି ସହ ଢ଼ାବା ଭଲିବଲ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେଉଛି । ଏଥିରେ ୨୦ଟି ଦଳ ଦ୍ଭାଗ ନେଇଛନ୍ତି ।
ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୧୨ଟି, ବୌଦ୍ଧ ଜିଲ୍ଲାରୁ ୩ଟି ,ଭଞ୍ଜନଗର ୨, ଦଶପଲାରୁ ୩ ଟିଦଳ ଅଂଶଗ୍ରହଣ କରିଛନ୍ତି । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଗ୍ରହ, ଆନ୍ତରୀକତା ଓ ଉଦ୍ୟମ ଯୋଗୁ କନ୍ଧମାଳ ପରି ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମ୍ଭବ ହୋଇଛି । ଏଭଳି ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ଜିଲ୍ଲାରେ ପ୍ରଥମକରି ହେଉଥିବାରୁ ଜିଲ୍ଲାବାସୀ, କ୍ରୀଡ଼ାପ୍ରେମୀ, ବୁଦ୍ଧିଜିବୀ ପ୍ରମୁଖ ବେଶ ଖୁସି ବ୍ୟକ୍ତ କରିବା ସହିତ ଖେଳର ମଜା ଉଠାଉଛନ୍ତି । ଏହି ଖେଳ ଆସନ୍ତା ୧୪ ଯାଏ ଚାଲିବ ।

hiranchal ad1
Leave A Reply

Your email address will not be published.

one × 2 =