ରାପିଡ୍ ଟେଷ୍ଟ କିଟ୍ ନିର୍ମାଣ କରିବ ଭାରତ

0 217

ନୂଆଦିଲ୍ଲୀ: ଚାଇନାଠାରୁ ରାପିଡ୍ ଟେଷ୍ଟ କିଟ୍ ଆଣି ପରୀକ୍ଷଣ ବେଳେ ତ୍ରୁଟି ଦେଖାଦେବାରୁ ଭାରତ ସରକାର ନିଜେ କିଟ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାଇନା କିଟ୍‌ଗୁଡ଼ିକ ତ୍ରୁଟିପୂର୍ଣ୍ଣ ଥିବାରୁ ଭାରତ ସରକାର ସମସ୍ତ ପ୍ରକାରର ଅର୍ଡ଼ରକୁ ବାତିଲ୍ କରିଦେଇଛନ୍ତି । ଚାଇନାର ଅର୍ଡ଼ର ବାତିଲ୍ କରିବା ପରେ ଏବେ ଭାରତ ସରକାର କରୋନା ରାପିଡ୍ ଟେଷ୍ଟ କିଟ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ଆରଟି-ପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ କିଟ୍ ତିଆରି କରିବାକୁ ଭାରତ ସକ୍ଷମ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି ।
ଆଇସିଏମ୍‌ଆର୍ ଅନୁମତି ଦେବା ପରେ ନିର୍ମାଣ କାମ ଆରମ୍ଭ ହୋଇଯିବ । ଏହି ଅତ୍ୟାଧୁନିକ କିଟ୍ ଦ୍ୱରା ଆମେ ଦିନକୁ ଏକ ଲକ୍ଷ କରୋନା ପରୀକ୍ଷା କରିପାରିବୁ ଏବଂ ମଇ ୩୧ ସୁଦ୍ଧା ଏହି ପରୀକ୍ଷଣ କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି । ଭାରତ ସରକାର ଚାନାର ଦୁଇଟି କମ୍ପାନୀଠାରୁ ୫ ଲକ୍ଷ ଆଣ୍ଟିବଡ଼ି ରାପିଡ୍ ଟେଷ୍ଟ କିଟ୍ ଆଣିଥିଲେ । ଏଗୁଡ଼ିକୁ ବିଭିନ୍ନ ରାଜ୍ୟଗୁଡ଼ିକୁ ଦିଆଯାଇଥିଲା । ହେଲେ ଏହା ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହେବାରୁ ଆଇସିଏମ୍‌ଆର୍ ଯାଞ୍ଚ୍ କରିଥିଲା । ଯାଞ୍ଚ ପରେ ଆଣ୍ଟିବଡ଼ି ଟେଷ୍ଟ କିଟରେ କରୋନା ପରୀକ୍ଷା ସନ୍ତୋଷଜନକ ନୁହେଁ ବୋଲି ଆଇସିଏମ୍‌ଆର୍ କହିଥିଲା । ଫଳରେ ଭାରତ ସରକାର ଚାଇନାକୁ ଟେଷ୍ଟ କିଟ୍ ପାଇଁ ଦେଇଥିବା ଅର୍ଡ଼ରକୁ ବାତିଲ୍ କରିଦେଇଥିଲେ ।

hiranchal ad1
Leave A Reply

Your email address will not be published.

13 − 6 =