ଲୋକାର୍ପଣ ଅପେକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା

0 107

ଗଜପତି ୨୭।୧୧: ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଅଞ୍ଚଳ ସ୍କୁଲକୁ ସ୍ମାର୍ଟ ଶ୍ରେଣୀଗୃହ ସକାଶେ ଘୋଷଣା କରିଥିଲେ। ସେହି ବିଦ୍ୟାଳୟ ବର୍ତ୍ତମାନ ସମସ୍ତ କାର୍ଯ୍ୟ ପରିସମାପ୍ତି ହୋଇ ଲୋକାର୍ପିତ ହେବାକୁ ଯାଉଛି। ବିଦ୍ୟାର୍ଥୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। କେବେ ସେହିଠାରେ ବସି ଶିକ୍ଷାଗ୍ରହଣ କରିବେ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି କେବେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିବେ ସ୍କୁଲରେ ଉଚ୍ଚ ଶ୍ରେଣୀଗୃହ ,ଉଚ୍ଚକୋଟିର ବିଜ୍ଞାନଗାର, ସ୍କୁଲ ଲାଇବ୍ରେରୀ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବଗିଚା ଖେଳ ପଡିଆ, ଉନ୍ନତ ମାନର ପରିଶ୍ରାଗାର, ଉନ୍ନତମାନର ପାଚେରୀ ଓ ଗେଟକୁ ସୌନ୍ଦର୍ଯ୍ୟକରଣ କରାଯାଇ ଆକର୍ଷିତ କରାଯାଇଛି। ଏହି ସ୍କୁଲକୁ ଦେଖି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବାସହ ଲୋକାର୍ପିତ ହେବାର ଅପେକ୍ଷା କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଭୁୟସ ପ୍ରଶଂସା କରିଛନ୍ତି। ସ୍ମାର୍ଟ ସ୍କୁଲ ହେବା ଦ୍ବାରା ବିଦ୍ୟାର୍ଥୀମାନେ ବେସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ନ ହୋଇ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ହେବା ସହ ଗୁଣାତ୍ମକ ଶିକ୍ଷା ପାଇପାରିବେ। ତେଣୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଅଟେ। ସ୍କୁଲର ରୂପାନ୍ତରିକରଣ ହେବା ଠାରୁ ଜିଲ୍ଲା ପ୍ରଶାସନ ପରିଦର୍ଶନ କରି ତଦାରଖ କରୁଥିଲେ। ଏହି କାର୍ଯ୍ୟ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଟବର ଗରଡଙ୍କ ସହ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦିନରାତି ଏକ କରି ଏହି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ପରିସମାପ୍ତ କରାଇଛନ୍ତି। ବର୍ତ୍ତମାନ ଏହି ସ୍କୁଲଟି ଲୋକାର୍ପିତ ହେବା ସକାଶେ ଅପେକ୍ଷାରେ ରହିଛି। ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ସ୍କୁଲର ରୂପାନ୍ତରିକରଣ କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସ ପ୍ରଶଂସା କରିଛନ୍ତି।

hiranchal ad1
Leave A Reply

Your email address will not be published.

3 × 3 =