ସରକାର୍ କା ମାଲ୍… ଭ୍ରାମ୍ୟମାଣ ବ୍ୟାଙ୍କିଂ ସେବା କେବେ ଆସିବ କାମରେ ?

0 1,049

ବୌଦ୍ଧ- ରାଷ୍ଟ୍ରୀୟ କୃଷିବିଭାଗ ଯୋଜନା ଓ ଓଡିଶା ସରକାରଙ୍କ ସହଯୋଗିତାରେ ୩ବର୍ଷ ତଳେ ଗ୍ରାମାଞ୍ଚଳ ଲୋକଙ୍କୁ ଭ୍ରାମ୍ୟମାଣ ବ୍ୟାଙ୍କ ସୁବିଧା ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଯୋଜନାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କକୁ ଦୁଇଟି ବସ୍ ଆସିଥିଲା । ଗ୍ରାମାଞ୍ଚଳରେ ଥିବା ଗ୍ରାହକମାନଙ୍କୁ ଜମାଖାତା ଖୋଲିବା, ନଗଦ ଜମା ଓ ଉଠାଣ, ଏଟିଏମ ମାଧ୍ୟମରେ ଋଣପ୍ରଦାନ ଆଦି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାପାଇଁ ଏ ଗାଡିରେ ବ୍ୟବସ୍ଥା ରହିଥିବା ଜଣାଯାଏ । ସେହିପରି ସମବାୟ ବ୍ୟାଙ୍କର ଋଣୀ ସଦସ୍ୟମାନଙ୍କୁ ମଞ୍ଜୁର ଋଣ ସୀମା ବିଭିନ୍ନ ଅମାନତ ଓ ଋଚ୍ଚର ସୁଧସହିତ ବିଭିନ୍ନ ଯୋଜନାର ବିଶଦ ବିବରଣୀ ଆଦି ସୂଚନା ଦେବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା ।

hiring

ମାତ୍ର ଦୁଃଖର କଥା ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କକୁ ଗତ ୩ବର୍ଷ ତଳୁ ଆସିଥିବା ଏହି ଦୁଇଟି ଭ୍ରାମ୍ୟମାଣ ବସ୍ ସେମିତି ପଡିରହିଛି କାର୍ଯ୍ୟକ୍ଷମ ନହୋଇ । ଗୋଟିଏ ବସ୍ ପ୍ରାୟ ଦେଢବର୍ଷ ପର୍ଯ୍ୟନ୍ତ ବାଲିଗୁଡାରେ ଓ ଅନ୍ୟବସ୍ଟି କଣ୍ଟାମାଳରେ ଖରାବର୍ଷା ଶୀତ ଖାଇ ପଡିରହିଥିଲା । ଭ୍ରାମ୍ୟମାଣ ବସ୍କୁ କାର୍ଯ୍ୟରେ ବ୍ୟବହାର କରିବାପାଇଁ ବ୍ୟାଙ୍କର ସାଧାରଣ ପରିଚାଳନା ବୈଠକରେ ସଦସ୍ୟମାନେ ଦାବି କରିବାପରେ ବସ୍ ଦୁଇଟିକୁ ଫେରାଇ ଆଣି ବୌଦ୍ଧ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ପକାଇ ରଖିଲେ । ଉଭୟ ବସ୍ ପ୍ରାୟ ୬ମାସ ବ୍ୟାଙ୍କ ସମ୍ମୁଖରେ ପଡରିହିବା ପରେ ସେଥିରୁ ଗୋଟିଏ ବସ୍କୁ ଅନ୍ୟତ୍ର କୁଆଡେ ପଠାଇ ଦେଇଥିବାବେଳେ ଏବେ ଆଉ ଗୋଟିଏ ବସ୍ ପଡିରହିଛି ।

ବର୍ତ୍ତମାନ କରୋନା ପାଇଁ ଲକ୍ ଡାଉନ ହେତୁ ଲୋକେ ବ୍ୟାଙ୍କକୁ ଯିବାଆସିବା କରିନପାରି ହଇରାଣ ହେଉଛନ୍ତି । ଏଭଳି ପରିସ୍ଥିତିରେ ମଧ୍ୟ ଏହି ଗାଡି ଦୁଇଟିକୁ ଲୋକଙ୍କ ସେବାରେ ନଲଗାଇ ଗାଡିକୁ ପକାଇ ରଖାଯାଇଛି ତାହା ଲୋକଙ୍କ ମନରେ ବିସ୍ମୟ ପ୍ରକାଶ ପାଉଛି । ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଯୋଜନା କରି ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ଗାଡି ଯୋଗାଇ ଦେଇଥିବାବେଳେ ତାହାକୁ କାମରେ ନ ଲଗାଇବା ବିଡମ୍ବନାର ବିଷୟ ବୋଲି ଆଲୋଚନା ହେଉଛି । ପରିଚାଳନାଗତ ଦକ୍ଷତାର ଅଭାବ ଓ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଲକ୍ଷଲକ୍ଷ ଟଙ୍କାର ଦୁଇଟି ବସ୍ ଖତଖାଉଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି ।

କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକେ କାଳାତିପାତ କରୁଥିବାବେଳେ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଗ୍ରାମାଞ୍ଚଳରେ ଉପଲବ୍ଧ କରାଇବାପାଇଁ ଜିଲ୍ଲାପାଳ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

5 × 5 =