ଯୋର୍ ଧରିଲା ପୋଲିସ୍ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର, ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ
ବାଲିଗୁଡ଼ା: କନ୍ଧମାଳ ପୋଲିସକୁ ନାହିଁ ମାଓ ଭୟ । ଗତକାଲି ବାଲିଗୁଡ଼ା ଥାନାର ବିଭିନ୍ନ ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନ ଧମକ ପୂର୍ଣ୍ଣ ପୋଷ୍ଟର ଜାରି କରିଥିଲା । ଜଙ୍ଗଲରେ ବମ୍ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ଏକ ମାସ ପର୍ଯ୍ୟନ୍ତ ଅଞ୍ଚଳର ଜଙ୍ଗଲକୁ ନଯିବାକୁ କହିଛି ମାଓ ସଂଗଠନ । ଏହା ସତ୍ବେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ ନୀଳ ଜହର । ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ନଷ୍ଟ ହେଲା ୧୪ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ଆଡିମାହା ପଞ୍ଚାୟତର ଜାର୍ଗୀସୁଗା,ସାଉଟି ଓ କୁକୁଡ଼ୁପା ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ମାଓବାଦୀଙ୍କ ଧମକ ଆମକୁ କିଛି ପ୍ରଭାବ ପକାଇବ ନାହିଁ । ଆମେ ଆମର ଏହି ଅଭିଯାନ ଆଗକୁ ମଧ୍ୟ ଯାରି ରଖିବୁ ଏବଂ ମାଓ ମୁକାବିଲା ପାଇଁ କନ୍ଧମାଳ ପୋଲିସ୍ ସଜାଗ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।