ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : କରୋନା ନିୟନ୍ତ୍ରଣରେ ସାରା ଦେଶରେ ଓଡିଶା ଇତିହାସ ସୃଷ୍ଟି କରିପାରିବ

0 301

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ କରୋନା ଜନିତ ସଂକ୍ରମିତକୁ ଆମେ କିପରି ପ୍ରତିହତ କରିପାରିବା ତାହା ଉପରେ ସତର୍କ ବାଣୀ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ।

hiring

ମୁଖ୍ୟମନ୍ତ୍ରୀ କହିଲେ ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା । ବିଦେଶ ଫେରୁଥିବା ଓଡିଆ ଭାଇଭଉଣୀମାନଙ୍କର ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ ଯେ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା । ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରିଥିଲେ । ଆପଣମାନେ ଅନୁରୋଧ ରକ୍ଷା କରିଥିଲେ । ଯାହା ଫଳରେ ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ । ତା’ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦ୍ଦିନରୁ ଫେରୁଥିବା ବନ୍ଧୁମାନଙ୍କ ଠିକ୍ ଭାବରେ ଯତ୍ନ ନେବା । ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି, ଆପଣମାନେ ମଧ୍ୟ ସହଯୋଗ କଲେ । ଏବେ ଆମ ପରିସ୍ଥିତି ନିୟନ୍ତ୍ରଣ ରହିଲା । ଏବେ ଆମର ତୃତୀୟ ଆହ୍ୱାନ ହେଉଛି ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀମାନଙ୍କର ଯତ୍ନ ନେବା ।

ରାଜ୍ୟରେ କରୋନା ପଜିଟିଭ୍ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ଜଣ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବେ ମୁକାବିଲା କରିପାରିଛୁ । ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଭାଇଭଉଣୀ ରାଜ୍ୟକୁ ଫେରିବେ । ସେମାନେ ଆମ ଘର ଲୋକ । ବିପଦ ସମୟରେ ମାଆ ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ, ଆମ ଭାଇଭଉଣୀ, ସେମାନଙ୍କର ଯତ୍ନ ନେବା ଆମର ଦାୟିତ୍ୱ । ବାହାର ଲୋକ ଆସିଲେ ପଜିଟିଭ୍ ସଂଖ୍ୟା ବଢିବ କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ । ଯଦି ଆପଣମାନେ ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବେ । ତେଣୁ ଆମେ ସାବଧାନ ରହିବା, ଧୈର୍ଯ୍ୟ ରଖିବା, ବାହାରୁ ଫେରୁଥିବା ଲୋକଙ୍କୁ ରେଜିଷ୍ଟ୍ରେସନ କରିବା, ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା । ଏହାଦ୍ୱାରା ସେମାନେ ସୁସ୍ଥ ରହିବେ । ଗାଁ ପରିବାର, ସମାଜ ଏହାଦ୍ୱାରା ମଧ୍ୟ ସୁସ୍ଥ ରହିବ । ଆପଣମାନଙ୍କ ଟିକିଏ ହେଳା ସମସ୍ତଙ୍କୁ ପାଇଁ ବିପଦରେ ପକାଇପାରେ । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ପାଇଁ ସମସ୍ୟା ଶହେ ଗୁଣ ବଢିଯିବ । ଏଣୁ ଜୀବନ ମୃତ୍ୟୁର କଥାରେ ସମସ୍ତେ ସହଯୋଗ କଲେ ଆମେ କରୋନାକୁ ଜିତିବା ଓ ଇତିହାସ ସୃଷ୍ଟି କରିବା ।

hiranchal ad1
Leave A Reply

Your email address will not be published.

four − two =