ଗୃହ ସଙ୍ଗରୋଧରେ ରହିଲେ ଶିକ୍ଷକ

0 2,064

ବୈାଦ୍ଧ:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସାନବଙ୍କାପଡା ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷକ ନିଜଘର କେନ୍ଦ୍ରାପଡାରୁ ଫେରି ପିଲାଙ୍କୁ ବହି ବାଣ୍ଟୁଥିବା ଶିକ୍ଷକଙ୍କୁ ଶେଷରେ ନିଜଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗର କର୍ଚାରୀମାନେ ଯାଇ ବୌଦ୍ଧସହର ସୁଦସାହିରେ ରହୁଥିବା ଜନୈକ ଶିକ୍ଷକଙ୍କ ଘରକୁ ଗତକାଲି ସଙ୍ଗରୋଧଗୃହ ବା କ୍ୱାରେଣ୍ଟାଇନ ହୋମ ଘୋଷଣା କରିଛନ୍ତି । ତାଙ୍କ ଘର କାନ୍ଥରେ ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିିଛି ।
ଶିକ୍ଷକ ଜଣକ ବୌଦ୍ଧ ସହରରେ ରହି ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତର ସାନ ବଙ୍କାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାମକରନ୍ତି । ଲକଡାଉନ ଘୋଷଣା ହେବାପରେ ନିଜ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବିନା ଅନୁମତିରେ ନିଜଘର କେନ୍ଦ୍ରାପଡାକୁ ଚାଲିଯାଇଥିଲେ । ଏବେ ପିଲାମାନଙ୍କୁ ପାଠ୍ୟପୁସ୍ତକ ବାଣ୍ଟିବାପାଇଁ ସରକାର ନିର୍ଦ୍ଦେଶ ଦେବାପରେ ସେ ବୌଦ୍ଧକୁ ଫେରି ବହି ବାଣ୍ଟୁଥିଲେ । ସେ ବାହାର ଜିଲ୍ଲାରୁ ଫେରିଥିବାରୁ ୧୪ଦିନ କ୍ୱାରେଣ୍ଟାଇନରେ ନରହି ବହି ବାଣ୍ଟୁଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ଏ ସଂପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ବୌଦ୍ଧ ଏନଏସି ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

one × five =