ନୂଆଦିଲ୍ଲୀ : ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର କମିଛି । ମଇ ମାସ ରେ ଏଲିପିଜି ସିଲିଣ୍ଡର ଦାମରେ ୧୬୨.୫୦ ଟଙ୍କା କମିଛି । ତେଲ ବିପଣନ କଂପାନୀମାନେ ପ୍ରତ୍ୟେକ ମାସ ଏକ ତାରିଖ ଦିନ ଏଲିପିଜି ସିଲିଣ୍ଡର ଦର ଉପରେ ସମୀକ୍ଷା କରିଥାନ୍ତି । ନୂତନ ଦର ହିସାବରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ପିଛା ୫୮୧.୫୦ ଟଙ୍କା ହୋଇଛି । ପୂର୍ବରୁ ଏହି ଦର ୭୪୪ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ୫୭୯ ଟଙ୍କା ହୋଇଥିବା ବେଳେ କୋଲକତାରେ ସିଲିଣ୍ଡର ପିଛା ୧୯୦ ଟଙ୍କା କମି ୫୮୪.୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ଏଲପିଜି ସିଲିଣ୍ଡର ପିଛା ୫୬୯.୫୦ ଟଙ୍କାରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଗତ ଦୁଇମାସରେ ମଧ୍ୟ ସିଲିଣ୍ଡର ଦରରେ ହ୍ରାସ ପାଇଥିଲା । ସେହିପରି ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ସିଲିଣ୍ଡର ଦର ହ୍ରାସ ପାଇଥିଲା ।