ଗ୍ରେସିଙ୍ଗିଆ ପାଞ୍ଚାୟତରେ ଏମବିକେ ଓ ସିଆରପି ପଦବୀ ପାଇଁ ମୌଖିକ ପରୀକ୍ଷା

0 79

ଘୁ ଉଦୟଗିର : ଘୁ ଉଦୟଗିର ବ୍ଳକ ଅଧୀନରେ ଥିବା ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ପରିସରରେ ଆଜି ୭ଟି ଆଞ୍ଚଳିକ ମଞ୍ଚ ନିମନ୍ତେ ଏମକେବି ଓ ସିଆରପି ପଦବି ନିମନ୍ତେ ନିଯୁକ୍ତି ପାଇଁ ମୌଖିକ ପରୀକ୍ଷା ହୋଇଯାଇଛି । ବିଡ଼ିଓ ଆଶିଷ ତ୍ରିପାଠୀ, ଓଏଲଏମ ସାନୁଜ କୁମାର ପ୍ରଧାନ, ବିପିଏମ ରତିକାନ୍ତ ବେହେରା, ବ୍ଳକ ଅଧକ୍ଷ ହୃଦାନନ୍ଦ କହଁରଙ୍କ ସମେତ ୫ ଜଣ ଇସି ମେମ୍ବର ଯଥା ଅନାମିକା ରାନିମା ପ୍ରଧାନ, ରିତାଞ୍ଜଳି ପ୍ରଧାନ, ଟିନୁମା ପ୍ରଧାନ, ମୋନାଲିସା ପ୍ରଧାନଙ୍କ ଉପସ୍ଥିତିରେ ହେଉଥିବା ଦେଖିବାକୁ ମିଳିଛି । ଏମବିକେ ଦାୟିତ୍ୱରେ ଯିଏ ରହିବେ ସେ ସମସ୍ତ ସିଆରପିମାନଙ୍କୁ ପରିଚାଳନା କରିବେ ଏବଂ ସିଆରପିମାନେ ୭ ଜଣ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପରିଚାଳନା କରିବେ । ତେବେ ଆସନ୍ତାକାଲି ଏହାର ରିଜଲ୍ଟ ବାହାରିବ ଏବଂ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ପଦବୀ ଦିଆଯିବ ବୋଲି ଓଏଲଏମ ସାନୁଜ ପ୍ରଧାନ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + ten =