ଦଶପଲ୍ଲା ବିଧାୟକଙ୍କ ମାରାଥନ୍‌ ଉଦଘାଟନ

0 222

ଦଶପଲ୍ଲା : ୨୦୧୯ ମସିହାରେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାଏକଙ୍କ ସହାୟତାରେ ୨୨/୦୧/୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦଶପଲ୍ଲା ପଞ୍ଚାୟତ ସମିତି, ଜନସାଧାରଣ ଓ ଜନ ପ୍ରତିନିଧିଙ୍କ ସହ ଅନୁଷ୍ଠିତ ହୋଇଥିବା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ୪.୭୫.୦୦.୦୦୦/- ଟଙ୍କା ଅଟକଳରେ ୨୦ ଗୋଟି ପଞ୍ଚାୟତର ମୋଟ ୩୦୮ ଗୋଟି ପ୍ରକଳ୍ପ କୁ ସରକାର ଅନୁମୋଦନ କରିଥିଲେ । ଯାହା ମଧ୍ୟରେ ଟାକରା ଗ୍ରାମପଂଚାୟତର ରଥିପୁର ଯୁବ ବିକାଶ କେନ୍ଦ୍ର ପାଇଁ ୨ ଲକ୍ଷ , ଟାକରା ମିଶନ ଶକ୍ତି ଗୃହ ନିମନ୍ତେ ୪ ଲକ୍ଷ ଟଙ୍କା ଓ ନବଗଠିତ ଟାକରା ଗ୍ରାମପଂଚାୟତର ନୂତନ ଗୃହନିର୍ମାଣ ପାଇଁ ଅର୍ଥ ମଧ୍ୟ ଆସିଥିଲା । ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ କରକମଳରେ, ଟାକରା ଯୁବବିକାଶ କେନ୍ଦ୍ର, ଟାକରା ଗ୍ରାମପଂଚାୟତର ମିଶନ ଶକ୍ତି ଗୃହ ଓ ଟାକରା ଗ୍ରାମ ଗ୍ରାମପଞ୍ଚାୟତର ନବ ନିର୍ମିତ ଗୃହ ମଧ୍ୟ ଉଦଘାଟିତ ହୋଇଯାଇଛି ।

hiring

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଦଶପଲ୍ଲା ବ୍ଲକ୍‌ ଅଧକ୍ଷା ଶ୍ରୀମତୀ ସୁନନ୍ଦା ସାହୁ, ଏବଂ ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷ ତଥା ଉଦୀୟମାନ ଯୁବନେତା ବସନ୍ତ କୁମାର ସାହୁ, ପୂର୍ବତନ ଦଶପଲ୍ଲା ବ୍ଲକ୍‌ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ସାହୁ, ସମିତି ସଭ୍ୟା ପ୍ରତୀମା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ, ନିରଂଜନ ରାଉଳ, ବାନାମ୍ବର ନାୟକ, ଧନେଶ୍ୱର ଜାନିଙ୍କ ସମେତ ଗ୍ରାମ ପଂଚାୟତର ବହୁ ଜନସାଧାରଣ ଯୋଗ ଦେଇଥିଲେ । ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବେହେରା, ଆଗକୁ କିପରି ଟାକରା ଗ୍ରାମ ପଂଚାୟତର ଉନ୍ନତି ହୋଇପାରିବ ମୁଁ ସେଥିପ୍ରତି ବିଶେଷ ଧ୍ୟାନ ଦେବି ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

thirteen + eight =