ରାଜ୍ୟ କ୍ୟାବିନେଟର ଐତିହାସିକ ନିଷ୍ପତ୍ତି: ଘର ମରାମତି ପାଇଁ ୩୦ଲକ୍ଷ ପରିବାର ପାଇବେ ୧୪୪୪କୋଟି

0 192

ଭୁବନେଶ୍ୱର,: ରାଜ୍ୟ କ୍ୟାବିନେଟ ଆଜି ରାଜ୍ୟବାସୀଙ୍କ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷର ଶାସନ ସମୟ ମଧ୍ୟରେ ଯୁଗାନ୍ତକାରୀ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଲୋକସେବା ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ, କୋଭିଡ ଯୋଗୁଁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଛୋଟଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପଣମାନଙ୍କର ଏ କଷ୍ଟକୁ ମୁଁ ଅନୁଭବ କରୁଥିବାରୁ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘରର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ଓ କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଥିବା ପରିବାରକୁ ଘର ମରାମତି ପାଇଁ ମୋ ସରକାର ୫ ହଜାର ଲେଖାଏଁ ସହାୟତା ଦେବେ । ଏହି ଉଭୟ ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଯିବ । ଏହି ଯୋଜନାରୁ ରାଜ୍ୟ ସରକାର ରାଜ୍ୟର ପ୍ରାୟ ୩୦ଲକ୍ଷ ପରିବାର ପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ । ଖର୍ଚ୍ଚ ବିଜୁ ପକ୍କା ଯୋଜନାରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ମୋ ସରକାର ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭାଇଭଉଣୀମାନଙ୍କୁ ଘର ପାଇଁ ମୁଁ ହଇରାଣ ହେବାକୁ ଦେବେ ନାହିଁ । ମୁଁ ଚାହେଁ ସମସ୍ତେ ସମ୍ମାନ ସହିତ ବଞ୍ଚନ୍ତୁ । ଆପଣଙ୍କ ପାଇଁ କେନ୍ଦ୍ର ଯୋଜନାରୁ ଘର ଆଣିବାକୁ ଆମେ ଚେଷ୍ଟା କରୁଛୁ । କିନ୍ତୁ ଯଦି କେନ୍ଦ୍ର ସରକାର ଆପଣମାନଙ୍କ ଦାବି ଗ୍ରହଣ ନକରନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ରାଜ୍ୟ ସରକାର ଆପଣଙ୍କ ସାଥୀରେ ଅଛି । ଆପଣଙ୍କୁ ଘର ଦେବାକୁ ପଦକ୍ଷେପ ନେବୁ । ଆଜି ସଂଧ୍ୟାରେ ଲୋକସେବା ଭବନରେ ବସିଥିବା ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।

hiring

ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କ୍ୟାବିନେଟ ବୈଠକ ସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଶାସନ ସଚିବ କହିଥିଲେ ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟାର ଭୟ ରହୁଛି, ତେଣୁ ପ୍ରତିବର୍ଷ ଏଥିପାଇଁ ଲୋକେ ନିଜର ବାସସ୍ଥାନ ହରାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୪ରୁ ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ୨୨ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି । ରାଜ୍ୟ ସରକାରଙ୍କର ଏହି ପରିକଳ୍ପନା ରାଜ୍ୟର ବାସହୀନ ଲୋକଙ୍କୁ ସହାୟତା ଦେଇ ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି । ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତଟିଏ ଦେବା ରାଜ୍ୟ ସରକାରଙ୍କର ସ୍ୱପ୍ନ ଥିବାରୁ ବିଜୁ ପକ୍କାଘର ଯୋଜନା ଆରମ୍ଭ କରାଯାଇଛି । ସବୁ କଚ୍ଚାଘରକୁ ପକ୍କା ଘର କରିବା ପାଇଁ ୨୦୧୪ରେ ପ୍ରଥମେ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ । ଇତି ମଧ୍ୟରେ ଗ୍ରାମାଞ୍ଚଳରେ ଘର ତିଆରିରେ ଆମ ରାଜ୍ୟ ସାରା ଦେଶରେ ଆଗୁଆ ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

six − 1 =