ଅସହାୟଙ୍କୁ ସହାୟତା ପ୍ରଦାନ କଲା ୟୁଥ୍‌ ଅଫ କନ୍ଧମାଳ

0 61

ଫୁଲବାଣୀ: ଶୀତରେ ଅସହ୍ୟ ହେଉଛି ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲା । ଆଜିର ତାପମାତ୍ରା ୪.୦ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ରହିଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ରହିଥିବା ପାଣିପାଗ ସୂଚନା ବିଭାଗ ତରଫରୁ ସୂଚନା ପ୍ରାପ୍ତ ହୋଇଛି । ଏହିପରି ପରିସ୍ଥିତିରେ ସକାଳେ କର୍ଫ୍ୟୁ ଜାରି ହେଲାପରି ରାସ୍ତାଘାଟ ଶୂନସାନ ଦେଖିବାକୁ ମିଳୁଛି । ଲୋକେ ଘରୁ ନ ବାହାରି କିଛି ଜାଗାରେ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପ୍ରୟାସ କରୁଛନ୍ତି । ଏପରି ସମୟରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶିନଙ୍କ ନେତୃତ୍ୱରେ ତାଙ୍କ ସହଯୋଗୀମାନଙ୍କ ସହ ଖଜୁରୀପଡ଼ା ବ୍ଲକରେ ରହୁଥିବା କିଛି ଅପହଞ୍ଚ ଗ୍ରାମ ଖଲିବେରେନ, ଖୁଣ୍ଟଲାଝର ଗ୍ରାମରେ କମ୍ବଳ ବାଣ୍ଟିଥିବାର ଦେଖିବାକୁ ମିଳିଛି । ସହଯୋଗୀମାନଙ୍କ ମଧ୍ୟରେ ବଳରାମ ବିନ୍ଧାଣି ଓ କରୁଣ ପ୍ରମୁଖ ଉପସ୍ଥିତ ଥିଲେ ଯୁବକମାନଙ୍କ ଏପରି କାର୍ଯକ୍ରମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

hiranchal ad1
Leave A Reply

Your email address will not be published.

5 + 10 =