ଆଜି ପୁଣି ଯାଜପୁରରେ ୫ ନୂଆ ପଜିଟିଭ

0 105

ଭୁବନେଶ୍ୱର : ରାଜ୍ୟର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବେଲଗାମ୍ ହୋଇଥିବା କୋଭିଡ-୧୯ କରୋନା ଆଜି ପୁଣି ଯାଜପୁର ଜିଲ୍ଲାରେ ଦେଖାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଶନିବାର ପ୍ରଥମ ବୁଲେଟିନରେ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନେ ସମସ୍ତେ କୋଲକତା ଫେରନ୍ତା ଓ କ୍ୱାରେଣ୍ଟାଇନରେ ଅଛନ୍ତି । ପାଞ୍ଚ ଜଣଙ୍କ ମଧ୍ୟରୁ ୩ଜଣ ପୁରୁଷ ଓ ୨ଜଣ ମହିଳା । ସେମାନଙ୍କର ବୟସ ଯଥାକ୍ରମେ ୨୮, ୫୬, ୬୩ ବର୍ଷ ଓ ମହିଳାଙ୍କ ବୟସ ଯଥାକ୍ରମେ ୨୪ ଓ ୬୦ ବର୍ଷ । ଏମାନେ କାହା ସହିତ ସଂପର୍କରେ ଥିଲେ ତାହାର ବିବରଣୀ ଅନୁଧ୍ୟାନ ଆରମ୍ଭ କରାଯାଇଛି । ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୫୪ରେ ପହଞ୍ଚିଛି । ଏହି ସବୁ ଜିଲ୍ଲାରେ ସଂକ୍ରମଣ ପ୍ରତିରୋଧ ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ୨ଟି ଦଳକୁ ଭଦ୍ରକ ଓ ବାଲେଶ୍ୱର ଆଜି ପଠାଯାଇଛି ।

hiranchal ad1
Leave A Reply

Your email address will not be published.

5 × 2 =