ବାଲିଗୁଡ଼ା: ସାରା ବିଶ୍ବକୁ କଲବଲ କରୁଛି କୋରନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ଟପିଲାଣି।ସଂକ୍ରମଣକୁ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ଜୋରସରରେ ପ୍ରୟାସ ଚାଲିଥିବାବେଳେ ବିଭିନ୍ନ ସଂଗଠନର ସଦସ୍ୟ ଓ ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ସ୍ବେଚ୍ଛାକୃତ ଭାବେ ସଚେତନତା କାର୍ଯ୍ୟରେ ଲାଗିପଡିଛନ୍ତି । ଏଭଳି ପରିସ୍ଥିତିରେ ବାଲିଗୁଡ଼ା ବିଜେପି ପକ୍ଷରୁ ସାମାଜିକ ଦୂରତା କିଭଳି ରଖିହେବ ସେନେଇ ଅଭିନବ ଉପାୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତା ଧରି କିଭଳି ପରସ୍ପର ନିକଟରୁ ସାମାଜିକ ଦୂରତା ରଖିହେବ ସେନେଇ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କୋରନାକୁ ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ । ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରଞିତ୍ କୁମାର ସାହୁଙ୍କ ନେତୃତ୍ବରେ ବାଲିଗୁଡା ବିଜେପି ପକ୍ଷରୁ ଛତା ବ୍ୟବହାର କରି କିଭଳି ସାମାଜିକ ଦୂରତା ଅବଲମ୍ବନ କରିହେବ ସେନେଇ ଜନସାଧାରଣଙ୍କୁ ସଚେତନ କରାଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ଲୋଗାନ୍ କରୋନା ହାରିବ ଭାରତ ଜିତିବ ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ବିଜେପି ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇ ଆଗଧାଡିର ଯୋଦ୍ଧା ପୋଲିସ୍, ଡାକ୍ତର, ସଫେଇ କର୍ମଚାରୀ ଭଳି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ଅଞ୍ଚଳର ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼େଇଛି ବାଲିଗୁଡ଼ା ବିଜେପି । ଖାଦ୍ୟସାମଗ୍ରୀ, ମାକ୍ସ ସାନିଟାଇଜର, ସାବୁନ ଆଦି ସାମଗ୍ରୀ ବାଣ୍ଟିବା ସହ କରୋନା ମୁକାବିଲା ନେଇ ଅଞ୍ଚଳବାସୀଙ୍କୁ ସଚେତନତା ମଧ୍ୟ କରାଯାଉଛି ।
ସାମାଜିକ ଦୂରତାରକ୍ଷା କରିବା ସହ ମାକ୍ସ ବ୍ୟବହାର ଏବଂ ସାବୁନ୍ ରେ ହାତ ବାରମ୍ବାର ଧୋଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଉଛି ଅଞ୍ଚଳବାସୀଙ୍କୁ । ଏଥିରେ ବାଲିଗୁଡାମଣ୍ଡଳ ସଭାପତି ଦିବାକର ସାହୁ,ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ସମ୍ପାଦକ ରମାନନ୍ଦ ଘଡେଇ, ସୁରେନ୍ଦ୍ର ପାତ୍ର ମୁନା ରଥ,ଅଭୟ ପାତ୍ର,ଭଗବାନ ସାହୁ, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ଏନ ଏ ସିର ବିଭିନ୍ନ ୱାଡରେ ସଚେତନତା କରିଥିଲେ ।ବିଜେପିର ଏହିଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.