କଂଗ୍ରେସର ପ୍ରତିଷ୍ଠା ଦିବସରେ ଅସହାୟଙ୍କୁ କମ୍ବଳ ବଣ୍ଟନ

0 111

ବୌଦ୍ଧ,୨୮/୧୨- ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସରେ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ପରାମର୍ଶକ୍ରମେ ଜିଲ୍ଲାର ୨ଶହ ଅସହାୟ, ଅକର୍ମଣ୍ୟ ଏବଂ ବୃଦ୍ଧ/ବୃଦ୍ଧା ମାନଙ୍କୁ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ଚି଼ହ୍ନଟ କରାଯାଇ ଚନ୍ଦନ ନଗର, ବଡ଼ ବାଗବର, ରାଇପୁର, ଦେବଗଡ଼, ଲାଣ୍ଡିବନ୍ଧ, ଗାନ୍ଧୀଗ୍ରାମ, ରାଧାନଗର, କେଳାକଟା, ମଥୁରା, ଖଜୁରୀପଡ଼ା, ଚମ୍ପାପୁର, ବଡ଼ ସୁବଳୟା, ବରଝୁଲି, ନୂଆପଡା, ରାମ୍ଭିକଟା, ବୀରନରସିଂହପୁର, ହରେକୃଷ୍ଣପୁର, କୃଷ୍ଣମୋହନପୁର, କରଡ଼ି, ମହୁଲବୁରି, ଖୁଣ୍ଟବନ୍ଧ, ବାଲିଦୁହୁଲି, ତେଲିବନ୍ଧ, କମଳପୁର, ପଦ୍ମନପୁର ଆଦି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଏ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର ନେତୃତ୍ୱ ନେଇଥିବାବେଳେ ଉପ ସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ, ଜିଲ୍ଲା କଂଗ୍ରେସ କୃଷକ ସଂଯୋଜକ ରୋହିତାଶ୍ୱ ବେହେରା, ଜିଲ୍ଲା ଓବିସି ବିଭାଗ ସମ୍ପାଦକ ବୁଦ୍ଧଦେବ ପ୍ରଧାନ, କିଶୋର ହାତୀ, ହରଭଙ୍ଗା ବ୍ଲକ କୋଷାଧ୍ୟକ୍ଷ ପୌଲସ୍ତି ପ୍ରଧାନ, ଜିଲ୍ଲା କଂଗ୍ରେସ ଯୁବ ସଂଯୋଜକ ସୁଶୀଲ ହୋତା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳ, ଆଇନଜୀବୀ ତାରିଣୀ ଜେନା, ଅର୍ଜୁନ ମହାନନ୍ଦିଆ, ଶେଷଦେବ ପ୍ରଧାନ ପ୍ରମୁଖ ସାମିଲହୋଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + 11 =