ଜାତୀୟ କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ପାଳିତ

0 67

ଫୁଲବାଣୀ;- କନ୍ଧମାଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅନାମ ନାୟକ ଙ୍କର ନେତୃତ୍ୱରେ ୧୩୭ ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ ହୋଇଥିଲା । ଫୁଲବାଣୀ ସଦର ମହକୁମା ସ୍ଥିତ ମାଦିକୁନ୍ଦା ଛକ ନିକଟରେ ଥିବା ମହିଳା ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଠାରେ ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ଫୁଲବାଣୀ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

hiring

ପରବର୍ତ୍ତୀ ମୁହୂର୍ତ୍ତରେ କୋର୍ଟ ଛକ ନିକଟସ୍ଥ ଜିଲ୍ଲା କଂଗ୍ରେସ ଭବନଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସଭାପତି ଶ୍ରୀ ନାୟକ କଂଗ୍ରେସ ହେଉଛି ୧୩୭ ବର୍ଷର ପୁରୁଣା ଦଳ । କଂଗ୍ରେସ ଲୋକଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କରିଥିଲା । ଲୋକମାନେ ବହୁତ ସୁବିଧା କଂଗ୍ରେସ ସମୟରେ ପାଉଥିଲେ । ବର୍ତ୍ତମାନ ଦରଦାମ ବୃଦ୍ଧି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସର କିପରି ସୁଦୃଢ଼ ହୋଇ ପାରିବ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ଫଳ ପ୍ରଦର୍ଶନ କିପରି କରି ପାରିବ ଏସମ୍ପର୍କରେ ସଭାପତିଙ୍କ ସହ ସମସ୍ତ କଂଗ୍ରେସ କର୍ମୀ ମତବ୍ୟକ୍ତ କରିଥିଲେ । ଉକ୍ତ ପ୍ରତିଷ୍ଠା ଦିବସରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ, ଅଭିମନ୍ୟୁ ବେହେରା,ଏ ଆଇ ସି ସଦସ୍ୟ ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ଘନ କୁମାର ଶବର, ନଗର ସଭାପତି ଶିବଶଙ୍କର ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ହେମନ୍ତ କର, ବଳଦେବ ବେହେରା, ଗୌର ଚରଣ ବେହେରା, ସଂସାର ଭୋଇ ସମେତ ବହୁ ପୁରୁଷ ,ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

4 × three =