ସଙ୍ଗରୋଧ ଶିବିରକୁ ଗଲେ ୪ ଭୁବନେଶ୍ୱର ଫେରନ୍ତା

0 1,835

ବୌଦ୍ଧ : ପ୍ରଶାସନକୁ ବିନା କୌଣସି ସୂଚନାରେ ଭୁବନେଶ୍ୱରରୁ ଫେରିଥିବା ୪ଜଣ ଯୁବକଙ୍କୁ ଆଜି ରାଧାନଗର ପଞ୍ଚାୟତ ସଙ୍ଗରୋଧ ଶିବିରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣମୋହନପୁର ଗ୍ରାମକୁ ୪ଜଣ ଯୁବକ ଫେରିଥିଲେ । ସେମାନଙ୍କର ପାଖରେ କୌଣସି ଅନୁମତି ପତ୍ର ନଥିଲା କିମ୍ବା ସେମାନଙ୍କ ଆଗମନ ନେଇ ଜିଲ୍ଲା ପ୍ରଶାସନକୁ କୌଣସି ସୂଚନା ମଧ୍ୟ ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ପଞ୍ଚାୟତ କଲେଜ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ନେଇ ରାଧାନଗର ଠାରେ ଖୋଲାଯାଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ଜିଲ୍ଲା ପ୍ରଶାସନର ସହାୟତାରେ ।

hiranchal ad1
Leave A Reply

Your email address will not be published.

six + eleven =