ନବରଙ୍ଗପୁର,୨/୧: ଜିଲ୍ଲାରେ ନବବର୍ଷ ୨୦୨୨ ନିରାଡମ୍ବର ଭାବେ ପାଳନ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କୈାଣସି ଠାରେ ଉତ୍ସବ ପାଳନ କରାଯାଇ ନାହିଁ । ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଓ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଭେଟି ଶୁଭେଚ୍ଛା ଜଣାଇଥିଲେ । ଓଡିଶା ସାମ୍ବାଦିକ ସଂଘ (ଓଜେୟୁ), ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ଜିଲ୍ଲାପାଳ ଡଃ.ମିଶ୍ରଙ୍କୁ ଭେଟି ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଘର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ସଂଘ ଉପଦେଷ୍ଟା ରାକେଶ ଗୁପ୍ତା, ଜିଲ୍ଲା ଉପସଭାପତି ରଞ୍ଜନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ସହସମ୍ପାଦକ କେ. ବେଣୁଗୋପାଳ ରାଓ , କାର୍ଯ୍ୟକାରିଣୀ ସଦସ୍ୟ ଖଗେଶ୍ୱର ବିଷୋୟୀ ପ୍ରମୁଖ ଭେଟି ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।