ବୌଦ୍ଧ,୩/୧- ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧଜିଲ୍ଲା ପାଇଁ ଜାରି କରାଯାଇଥିବା ସରପଞ୍ଚ ପଦବୀ ଗୁଡ଼ିକ ମଧ୍ୟରୁ କୌଣସି ପଞ୍ଚାୟତ ରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିନଥିବା ଜଣାପଡିବା ପରେ ଏହି ସମ୍ପ୍ରଦାୟର ଲୋକେ ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାଲାଗି ଦାବୀପତ୍ର ପ୍ରଦାନ କରୁଛନ୍ତି । ଏହିକ୍ରମରେ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଥିବା କନ୍ଧ ସମାଜ, ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧବ୍ଲକ ବିଡିଓ ଅନୁପସ୍ଥିତିରେ ଏବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏତଦ ବ୍ୟତୀତ ଓଡିଶା ସରକାରଙ୍କ ୧୯୬୪ ପଂଚାୟତିରାଜ ଅଧିନିୟମର ଏହା ବିରୋଦ୍ଧାଚରଣ କରୁଥିବା କଥା ମଧ୍ୟ ଦାବିରେ ଉପସ୍ଥାପନା କରିଥିବା ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ବେଳେ ପଞ୍ଚରା କନ୍ଧ ସମାଜ କଲ୍ୟାଣ ସମିତିର ସଭାପତି, ଉପ ସଭାପତି, ସମ୍ପାଦକ ଏବଂ ସହ ସମ୍ପାଦକ ଯଥା ଗୋପାଳ ମଲ୍ଲିକ, ଚନ୍ଦ୍ରମଣି ଝାଙ୍କର, ବୀରମିତ୍ର ମଲ୍ଲିକ ଓ ବ୍ରଜକିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।