କଳିଙ୍ଗା ଘାଟିରେ ପୁଣି ସୁରତ ଫେରନ୍ତା ଗାଡି ଓଲଟି ପଡିଲା

0 268

ଭୁବନେଶ୍ୱର : ଗଞ୍ଜାମର ସୋରଡା ଅଂଚଳକୁ ଫେରୁଥିବା ଆଉ ଏକ ପ୍ରବାସୀ ଓଡିଆଙ୍କ ଗାଡି ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଳିଙ୍ଗା ଘାଟିର ଗାର୍ଡୱାଲରେ ପିଟି ହୋଇ ଐରବତ ନାମକ ଏହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ସମେତ ୩ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଥିବା ବେଳେ ବସରେ ୩ଜଣ ମହିଳାଙ୍କ ସମେତ ମୋଟ ୫୭ଜଣ ଯାତ୍ରୀ ଥିଲେ । ସୁରତ ଆସୁଥିବା ଏହି ବସଗୁଡିକ ଦୁର୍ଘଟଣାଗ୍ରସ୍ତ ହେବା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସର ରୁଟ୍ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁରତରୁ ପ୍ରବାସୀ ଓଡିଆମାନଙ୍କୁ ନେଇ ଆସୁଥିବା ବସ ଡ୍ରାଇଭରମାନେ ଘାଟି ରାସ୍ତାରେ ବସ ଚଳାଇବା ପାଇଁ ଅଭ୍ୟସ୍ତ ନ ହୋଇଥିବାରୁ ଏହି ଆଶଙ୍କା ବୃଦ୍ଧି ପାଉଛି । ଏଣୁ ବସଗୁଡିକୁ ରୁଟ୍ ବଦଳାଇ ବୌଦ୍ଧ-ଚାରିଛକ-ମାଧପୁର ରାସ୍ତାରେ ଆସିବା ପାଇଁ କୁହାଯାଇଛି । ଏହା ବ୍ୟତୀତ ଘାଟି ପୂର୍ବରୁ ବସ ପାଇଁ ପାଇଲଟିଂ ବ୍ୟବସ୍ଥା ମଧ୍ୟ କରାଯାଉଛି । ଉଲ୍ଲେଖଯୋଗ୍ୟ ଗତକାଲି ସଂଧ୍ୟାରେ ସି ପଟେଲ ନାମକ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ଜଣେ ଓ ପରେ ଭଞ୍ଜନଗର ଡାକ୍ତରଖାନାରେ ୨ଜଣ ପ୍ରାଣ ହରାଇଥିଲେ । ଅନ୍ୟମାନଙ୍କୁ ବସ ବ୍ୟବସ୍ଥା କରାଯାଇ ନିରାପଦରେ ଗଞ୍ଜାମ ଜିଲ୍ଲାର ବୁଗୁଡା ଅଂଚଳରୁ ଅଣାଯାଇଥିଲା ।

hiranchal ad1
Leave A Reply

Your email address will not be published.

three × 1 =