ମୁକୁଳା ପଡ଼ିଛି ପାନୀୟ ଜଳ ଷ୍ଟାଣ୍ଡ, ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ

0 53

ଘୁ.ଉଦୟଗିର : ଘୁ.ଉଦୟଗିରି ସହରରେ ପାନୀୟ ଜଳ ବିତରଣ ସମସ୍ୟା ସମାଧାନର ନାଁ ଧରୁନି । କେଉଁଠି ପାଣି ଅନବରତ ବୋହୁଛି ତ କେଉଁଠି ଲୋକ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ଥାନୀୟ ସହରବାସୀଙ୍କୁ ଘରକୁ ଘର ପାଣି ଯୋଗେଇ ଦେବା ପାଇଁ ନୂତନ ପ୍ରକଳ୍ପ ପ୍ରତିଷ୍ଠା କରିବା ସହ ନୂତନ ପାଇପ ଲାଇନ ସଂଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନଥିବା ଦେଖୁବାକୁ ମିଳିଛି । ସ୍ଥାନୀୟ ସହରର ୪ନଂ ୱାର୍ଡ ଅନ୍ତର୍ଗତ ଧବଳେଶ୍ୱର ମନ୍ଦିର ଛକରେ ଏକ ଷ୍ଟାଣ୍ଡ ପୋଷ୍ଟ ମୁକୁଳା ପଡିଛି । ଷ୍ଟାଣ୍ଡ ପୋଷ୍ଟରେ ଟ୍ୟାପ ନାହିଁ । ପାଣି ଦେବା ଠାରୁ ପାଣି ବନ୍ଦ ହେବା ପର୍ଯ୍ୟନ୍ତ ପାଣି ଅନବରତ ବୋହି ନଷ୍ଟ ହେବାରେ ଲାଗୁଛି । ଅନେପଟେ ଶ୍ରୀରାମପଦା ସାହିକୁ ପାଣି ପହଞ୍ଚୁ ନଥିବା ଅଭିଯୋଗ ହେଉଛି । ସହରର ବହୁ ସ୍ଥାନରେ ଏହିଭଳି ବହୁ ପାଇପ ମୁକୁଳା ପଡି ପାଣି ବୋହିବାରେ ଲାଗିଛି । ଅଯଥାରେ ପାଣି ନଷ୍ଟ ହେଉଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

six − 3 =