ଦଶପଲ୍ଲା,୭/୧: – ଦଶପଲ୍ଲାର ଘୋର ଅରଣ୍ୟ ମଧ୍ୟରୁ ହରିଡା, ବାହାଡା,ଅଁଳା, ଭୂଇଁ କଖାରୁ, ସୁଗନ୍ଧୀ,ଅର୍ଘା ଶଶା, ଚେମେଡି ଲଇ ,ଝୁଣା, ମହୁ , ଲାଖ, ଚିରେଇତା, କତକ, ନିର୍ଗୁଣ୍ଡି, ପଥର ଝୁଣା, ଅର୍ଜୁନ ଛାଲି,କଫ କସ୍ତୁରୀ, ଚିତ୍ରା କଂକଡା, ବଜ୍ରକାପ୍ତା, ନେପାଳୀ ମୂଷା, ମୟୂର, ବାର୍ହାଛୁଆ, ପିଆଶାଳ ଅଠା, କୁରୁମ ଅଠା, ପାହାଡି ଗୋଧି, ପାଣିଓଧ, ବଣଭୂଆ ସମେତ ବହୁ ବିଲୁପ୍ତ ପ୍ରାୟ ବନ୍ୟଜନ୍ତୁ ସମେତ ଅନେକ ଦୁର୍ଲଭ ପ୍ରାୟ ବନଜାତ ଦ୍ରବ୍ୟ ଜଙ୍ଗଲ ମାଫିଆ ମାନଙ୍କ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରକୁ ନିର୍ବିଘ୍ନରେ ଚୋରା ଚାଲାଣ ହେଉଥିବାବେଳେ, ଏହାର ଟେର୍ ପାଉନି ବନ ବିଭାଗ । ବିରଳ ସାଇକସ୍ ନୟାଗଡ଼ ନସିସ୍ ବା ଅର୍ଘା ବା ଅରୁଗୁଣା ଶଶା ଚୋରା ଚାଲାଣ ରାକେଟ୍ ଦଶପଲ୍ଲାର ସରଳ ନିଷ୍କପଟ ଆଦିବାସୀ ମାନଙ୍କୁ ମୋହରାକରି ହଜାର ହଜାର ଟନ୍ ଅର୍ଘାଶଶା ରାଜ୍ୟ ବାହାରକୁ ଚାଲାଣ କରୁଥିବାବେଳେ, ବନ ବିଭାଗର କିଛି ତଳିଆ ଅସାଧୁ କର୍ମଚାରୀଙ୍କୁ ହାତଗୁଞ୍ଜା ନେଇ ନିଜ ସାମ୍ରାଜ୍ୟକୁ ସୁରକ୍ଷିତ ରଖୁଥିବା ଶୁଣିବାକୁ ମିଳୁଛି ।
ବନ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାପାଇଁ ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି, ସାମୟିକ ଭିତ୍ତିରେ ନିଯୁକ୍ତ କରିଥିବା ଠିକା କର୍ମଚାରୀ ମାନଙ୍କର ବେପରୁଆ ଓ ଦାୟିତ୍ୱହୀନ ମନୋବୃତ୍ତି ଯୋଗୁଁ ବନ, ବନ୍ୟଜନ୍ତୁ ଓ ବିରଳ ବନଜାତ ସାମଗ୍ରୀର ଚୋରା ଚାଲାଣ ଦିନକୁଦିନ ବୃଦ୍ଧି ପାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଦଶପଲ୍ଲା ଅଂଚଳର ତିନିଗୋଟି ବନାଞ୍ଚଳ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ୍ ହେବାପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।