ବୌଦ୍ଧ : ଦେଶରେ ମହାମାରୀ କରୋନା ତା’ର କାୟ ବିସ୍ତାର କରିଚାଲିଥିବା ବେଳେ ସରକାର ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରିଥିଲେ । ଏଥିରେ ଅନୁପ୍ରାଣିତ ହୋଇ ବୌଦ୍ଧର ଯୁବ ଶିଳ୍ପପତି ତଥା ମା ଭୈରବୀ ରାଇସ୍ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତ ସଂଜୀବ କୁମାର ଅଗ୍ରୱାଲ ପିଏମ୍ କେୟାର୍ସ ଫଣ୍ଡକୁ ୧ଲକ୍ଷ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେ ଏହି ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ଦେଇଥିବା ଜଣାପଡିଛି ।
ସେହିପରି ଏକ ଅନାଥଶ୍ରମକୁ ମଧ୍ୟ ସେ ସହାୟତାର ହାତ ବଢାଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ଅଗ୍ରୱାଲ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ ହୋଇ ସାହାଯ୍ୟ ଓ ସହଯୋଗ କରିଥାନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବୌଦ୍ଧ ଜିଲ୍ଲା ତଥା ରାଜ୍ୟରେ ଭୂୟସୀ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୪୦ ହଜାର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି ।