ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ବସ ସେବାକୁ ଶୁଭାରମ୍ଭ କଲେ ପରିବହନ ମନ୍ତ୍ରୀ

0 183

ସୁବର୍ଣ୍ଣପୁର: ବହୁ ଦିନର ଅପେକ୍ଷାର ଅନ୍ତ ଘଟିଲା ଆଜି । ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ସହିତ ସିଧାସଳଖ ସଡକ ପଥରେ ସଂଯୋଗ ହୋଇପାରିଛି । ପାତାଳି ଶ୍ରୀ କ୍ଷେତ୍ର କୋଟସମଲାଇ, ସୁବର୍ଣ୍ଣପୁର ଠାରୁ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଧାମକୁ ରାଜ୍ୟ ପରିବହନ ବିଭାଗ ତରଫରୁ ସରକାରୀ ବସ ଚଳାଚଳର ଶୁଭାରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସମୟରେ ଏହି ବସ ସେବାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆନୁଷ୍ଠାନିକ ଭାବରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ବସ ଶ୍ରୀ ପାତାଳି କ୍ଷେତ୍ର, କୋଟ ସମଲାଇ ଠାରୁ ସନ୍ଧ୍ୟା ୭ ଟାରେ ବାହାରି ସୁବର୍ଣ୍ଣପୁର ଜିଲ୍ଲାର ଜାଲୋଇ, ଉଲୁଣ୍ଡା, ବିନିକା, ସୋନପୁର, ବିରମହାରାଜପୁର, ଭାୟା ନୟାଗଡ଼, ଭୁବନେଶ୍ୱର ଦେଇ ଶ୍ରୀ କ୍ଷେତ୍ର ପୁରୀକୁ ସକାଳ ୭ ଘଣ୍ଟା ୩୦ ମିନିଟରେ ପହଂଚିବ । ସେହିପରି ଶ୍ରୀକ୍ଷେତ୍ର ପୁରୀରୁ ସନ୍ଧ୍ୟା ୫ଘଣ୍ଟା ୩୦ ମିନିଟରେ ବାହାରି ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, ଦଶପଲ୍ଲା, ସୋନପୁର, ବିନିକା, ଉଲୁଣ୍ଡା, ଜାଲୋଇ ଦେଇ କୋଟ ସମଲାଇକୁ ସକାଳ ୬ଟା ୦୫ମିନିଟ ରେ ପହଂଚିବ । ଏହି ବସ ସେବାଯୋଗୁ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

hiranchal ad1
Leave A Reply

Your email address will not be published.

9 + 15 =