ବୌଦ୍ଧ,୩/୫(ହୀ.ପ୍ର)- ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ୨୩ଜଣ ଛାତ୍ରଛାତ୍ରୀ ଆଜି ତାଙ୍କ ଘରକୁ ଯିବାପାଇଁ ବୌଦ୍ଧରୁ ବାହାରିଛନ୍ତି । ଲକଡାଉନ ଯୋଗୁଁ ଏମାନେ ନିଜଘରକୁ ଫେରିବା ସମ୍ଭବ ହୋଇନଥିଲା । ସ୍କୁଲ ଛୁଟି ଘୋଷଣା ହୋଇଯିବାରୁ ହଷ୍ଟେଲରେ ପ୍ରାୟ ଦେଢମାସ ଧରି ଫସି ରହିଥିଲେ ।
ବୌଦ୍ଧଜିଲ୍ଲା ପ୍ରଶାସନ ଓଡିଶା ଓ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବାପରେ ସ୍ୱତନ୍ତ୍ର ଅନୁମତି ନେଇ ସେମାନେ ଆଜି ଭୋରରୁ ଝାଡଖଣ୍ଡ ରାଜ୍ୟର ପାକୁର ଜିଲ୍ଲା ଅଭିମୁଖେ ଗସ୍ତ କରିଛନ୍ତି । ତାଙ୍କୁ ନେବାପାଇଁ ୩ଜଣ ଅଭିଭାବକ ଓ ୨ଜଣ ଶିକ୍ଷକ ବୌଦ୍ଧ ଆସିଥିଲେ । ନବୋଦୟ ବିଦ୍ୟାଳୟର ନିୟମ ଅନୁଯାୟୀ କିଛି କିଛି ଛାତ୍ରଛାତ୍ରୀ ଅନ୍ୟରାଜ୍ୟକୁ ଯାଇ ପାଠ ପଢିବାର ବ୍ୟବସ୍ଥା ରହିଛି । ସେହି ନିୟମ ଅନୁଯାୟୀ ସେମାନେ ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ । ଏତେଦିନ ଧରି ଫସି ରହିବାପରେ ଆଜି ନିଜନିଜ ଘରକୁ ଫେରୁଥିବାରୁ ପିଲାମାନେ ଉତ୍ସାହିତ ଜଣାପଡୁଥିଲେ ।
Sign in
Sign in
Recover your password.
A password will be e-mailed to you.