ହାରୁ ହାରୁ ବର୍ତ୍ତିଗଲା ଇଂଲଣ୍ଡ, ଚତୁର୍ଥ ଆଶେସ୍‌ ଟେଷ୍ଟ ଡ୍ର

0 71

ସିଡନୀ : ଜ୍ୟାକ୍‌ କ୍ରାଉଲି (୭୭) ଏବଂ ବେନ୍‌ ଷ୍ଟୋକ୍ସ (୬୦)ଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସାହସିକ ପ୍ରଦର୍ଶନ ବଳରେ ଆଶେସର ଚତୁର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ହାରୁ ହାରୁ ବର୍ତ୍ତି ଯାଇଛି । ଇଂଲଣ୍ଡ ଦଳ ପଞ୍ଚମ ଦିନ ଖେଳ ଶେଷ ବେଳକୁ ୯ ଉଇକେଟ ହରାଇ ୨୭୦ ରନ କରି ମ୍ୟାଚକୁ ଡ୍ର କରିଥିଲା । ତେବେ ଏହି ଟେଷ୍ଟ ଡ୍ର ହେବା ସତ୍ତେ୍ୱ ଅଷ୍ର୍ଟ୍ରେଲିଆ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୩-୦ରେ ଆଗୁଆ ରହିଛି ।
ଇଂଲଣ୍ଡକୁ ଅଷ୍ର୍ଟ୍ରେଲିଅ।। ୩୮୮ ରନ୍‌ର ଟାର୍ଗେଟ ଦେଇଥିଲା । ଏହି ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ନଅ ୱିକେଟ୍‌ ହରାଇ ୨୭୦ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲା । ସିଡନୀ ଟେଷ୍ଟର ଶେଷ ଦିନରେ ମ୍ୟାଚ୍‌ ଏକ ରୋମାଞ୍ଚକର ମୋଡ଼ରେ ଥିଲା । କେବଳ ଏତିକି ନୁହେଁ ଇଂଲଣ୍ଡ ଦଳ ପରାଜୟ ଆଡକୁ ଗତି କରୁଥିବା ପରି ମନେ ହେଉଥିଲା, କିନ୍ତୁ ଲୋୟର କ୍ରମରେ ପଛୁଆ ବ୍ୟାଟ୍ସମ୍ୟାନ୍‌ଙ୍କ ସାହସିକତା ପ୍ରଦର୍ଶନ ହେତୁ ଇଂଲଣ୍ଡ ଦଳ ମ୍ୟାଚ୍‌ ଡ୍ର କରିବାରେ ସଫଳ ହୋଇଥିଲା ।
ଅତ୍ୟଧିକ ଚାପରେ ଶେଷ ୧୦ ଓଭରରେ ବ୍ୟାଟିଂ କରି ଜ୍ୟାକ୍‌ ଲିଚ୍‌ (୨୬), ଷ୍ଟୁଆର୍ଟ ବ୍ରଡ୍‌ (୦୮ ଅପରାଜିତ) ଏବଂ ଜେମ୍ସ ଆଣ୍ଡରସନ୍‌ (୦୦ ଅପରାଜିତ) ଇଂଲଣ୍ଡକୁ ପରାସ୍ତରୁ ରକ୍ଷା କରିଥିଲେ । ସ୍କଟ ବୋଲାଣ୍ଡ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଅଧିନାୟକ କମିନ୍ସ ଓ ଲିଓନ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ସେହିପରି ଶେଷ ଭାଗରେ ଷ୍ଟିଭ୍‌ ସ୍ମିଥ୍‌ ଲିଚ୍‌ ଉଇକେଟ ନେଇ ମ୍ୟାଚର ରୋମାଞ୍ଚ ଆହୁରି ବଢାଇଥିଲେ । ତେବେ ଦଳ ଶେଷ ଉଇକେଟ ନେଇପାରିନଥିଲା ।
ବ୍ରଡ ଏବଂ ଆଣ୍ଡରସନ ଶେଷ ଦୁଇ ଓଭର ଦାୟିତ୍ୱପୂର୍ଣ୍ଣ ଭାବେ ଖେଳି ମ୍ୟାଚକୁ ବଞ୍ଚାଇ ଦେଇଥିଲେ । ଦଳ ୧୦୨ ଓଭରରେ ୯ ଉଇକେଟ ହରାଇ ୨୭୦ ରନ କରିଥିଲେ । ଦଳ ୩୮୮ ରନ୍‌ର ଟାର୍ଗେଟକୁ ପିଛାଥିଲା । ଏହା ସହ ଇଂଲଣ୍ଡ ଦଳ ବର୍ତ୍ତମାନର ସିରିଜରେ କ୍ରମାଗତ ତିନିଟି ପରାଜୟର କ୍ରମକୁ ଭାଙ୍ଗିଛି । ଏହି ମ୍ୟାଚରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଅନ୍ତିମ ଘଣ୍ଟା ପୂର୍ବରୁ କମିନ୍ସ ତିନି ବଲ ମଧ୍ୟରେ ଜୋସ୍‌ ବଟଲର୍‌ (୧୧) ଏବଂ ମାର୍କ ଉଡ୍ସ (୦୦) ଆଉଟ କରି ଇଂଲଣ୍ଡକୁ ବ୍ୟାକଫୁଟ୍‌ ରଖିଥିଲେ ।ଏହି ସମୟରେ ଦଳର ସ୍କୋର ୮୫ ଓଭରରେ ସାତ ୱିକେଟ୍‌ ହରାଇ ୨୧୮ ରନ୍‌ କରିଥିଲା । ସେହିପରି ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଜନି ବେୟାରଷ୍ଟୋ (୪୧)ଙ୍କ ଉଇକେଟ ନେଇ ବୋଲାଣ୍ଡ ଅଷ୍ଟ୍ରେଲିଆ ଆଡକୁ ମ୍ୟାଚ୍‌ ଟାଣି ଆଣିଥିଲେ ।
ଏହା ପରେ ବ୍ରଡ ଏବଂ ଲିଚ୍‌ ଅଷ୍ର୍ଟ୍ରେଲିଆର ବୋଲରମାନଙ୍କୁ ଆଠ ଓଭରରୁ ଅଧିକ ସମୟ ପର୍ଯ୍ୟନ୍ତ ଉଇକେଟ ଦେଇନଥିଲେ । ଖରାପ ଆଲୋକ ଯୋଗୁଁ ଅଷ୍ଟ୍ରେଲିଆକୁ ସ୍ପିନର ଲିୟନ ଏବଂ ସ୍ମିଥଙ୍କ ସହ ଶେଷ ତିନି ଓଭରରେ ବୋଲିଂ କରିବାକୁ ପଡିଥିଲା । ସ୍ମିଥ୍‌ ୱାର୍ଣ୍ଣରଙ୍କ ଦ୍ୱାରା ଲିଚ୍‌ଙ୍କୁ କ୍ୟାଚ୍‌ ଆଉଟ୍‌ କରିଥିଲେ କିନ୍ତୁ ବ୍ରଡ୍‌ ଏବଂ ଆଣ୍ଡରସନ୍‌ ମ୍ୟାଚ୍‌ ଡ୍ର କରିବାକୁ ଶେଷ ଦୁଇଟି ଓଭର ଖେଳିଥିଲେ ।

hiranchal ad1
Leave A Reply

Your email address will not be published.

ten + 6 =