ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍ଡାଉନ୍ ଯୋଗୁଁ ବର୍ତ୍ତମାନ ନ୍ୟାସନାଲ୍ କ୍ୟାମ୍ପ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ତେବେ ଚଳିତ ମାସ ଶେଷ ଭାଗରୁ କ୍ୟାମ୍ପ କାର୍ଯ୍ୟ ଆରମ୍ଭ କରିବା ଲାଗି ସରକାର ଯୋଜନା କରୁଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଲିମ୍ପିକ୍ରେ ଯୋଗଦେବାକୁ ଥିବା ଆଥଲେଟ୍ମାନଙ୍କ ପାଇଁ ପର୍ଯ୍ୟାୟକ୍ରମେ ନ୍ୟାସନାଲ୍ କ୍ୟାମ୍ପ ବା ଅଭ୍ୟାସ ଶିବିର ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି । ଯେତେଦୂର ସମ୍ଭବ ଚଳିତ ମାସ ଶେଷ ଭାଗରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।
କବାଡି ଖେଳ କେବଳ ଭାରତରେ ନୁହେଁ ବରଂ ଏସିଆ ମହାଦେଶରେ ଲୋକପ୍ରିୟତା ଅର୍ଜନ କରିଛି । ଏହି ଖେଳର ସମର୍ଥକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଣୁ ଭାରତରେ ଏହା ସବୁଠାରୁ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାକୁ କିପରି ଅଲିମ୍ପିକ ଗେମ୍ସରେ ସାମିଲ କରାଯାଇପାରିବ ତାହା ଆମର ଲକ୍ଷ୍ୟ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି । ‘କବାଡି ଖେଳ ଏବେ ଏସିଆନ୍ ଗେମ୍ସରେ ସାମିଲ ହୋଇସାରିଛି । ଏଣୁ ଏହାକୁ ଏସିଆନ ଗେମ୍ସରେ ସାମିଲ କରିବାକୁ କେବଳ ଭାରତ ନୁହେଁ ଏସିଆର ଅନ୍ୟ ଦେଶମାନେ ମିଳିତଭାବେ ଆଗେଇ ଆସିବା ଉଚିତ୍ । ସମସ୍ତଙ୍କ ସହଯୋଗରେ କବାଡିକୁ ଆମେ ଅଲିମ୍ପିକ୍ସରେ ସାମିଲ କରିବା ଲକ୍ଷ୍ୟ’ ବୋଲି ରିଜିଜୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅଲିମ୍ପିକ୍ସରେ କବାଡିକୁ ସାମିଲ ନେଇ ଦାବି କରିବା ପୂର୍ବରୁ ଏହି ଖେଳର ଷ୍ଟାଣ୍ଡାର୍ଡରେ ଉନ୍ନତି କରିବା ଆବଶ୍ୟକ । ଏହାକୁ ଭାରତର ସମସ୍ତ ରାଜ୍ୟରେ ଏବଂ ବିଶ୍ୱରେ ପ୍ରସାର କରିବା ଲାଗି ପଦକ୍ଷେପ ନେବା ଉଚିତ୍ । ଏହା କରାଯାଇପାରିଲେ କବାଡି ଏକ ବିଶ୍ୱସ୍ତରୀୟ ଗେମ୍ରେ ପରିଚିତ ହେବ ଏବଂ ଅଲିମ୍ପିକ୍ସରେ ସାମିଲ କରିବା ସହଜ ହୋଇପାରିବ । ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପକ୍ଷରୁ ୨୦ଟି ଭିନ୍ନ ଭିନ୍ନ ଖେଳରେ କୋଚ୍ଙ୍କ ଜ୍ଞାନରେ ଉନ୍ନତି ଶୀର୍ଷକ ଅନ୍ଲାଇନ୍ କର୍ମଶାଳାରେ ଯୋଗଦେବା ଅବସରରେ କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁ ଏହି ପ୍ରତିକ୍ରିୟା ରଖିଛନ୍ତି । ଅନ୍ଲାଇନ୍ କବାଡି କର୍ମଶାଳାରେ ଭାରତ ସହ ମାଲେସିଆ ଓ ସାଉଥ୍ କୋରିଆରୁ ୭୦୦ କୋଚ୍ ଅଂଶଗ୍ରହଣ କରିଛନ୍ତି । ସେ ଆହୁରି କହିଲେ, ମୁଁ ଦୃଢ ନିଶ୍ଚିତ ଯେ, କରୋନା ବିପକ୍ଷ ଲଢେଇରେ ଆମେ ବିଜୟୀ ହେବୁ । ଖୁବ୍ ଶୀଘ୍ର ଆମ ଖେଳାଳିମାନେ ପଡ଼ିଆକୁ ଫେରିବେ । କିନ୍ତୁ ଏହା ଆରମ୍ଭ ହେବା ପୂର୍ବରୁ ଆମ ନିକଟରେ ଉପଲବ୍ଧ ଥିବା ଟେକ୍ନୋଲୋଜି ସହାୟତାରେ ଖେଳର ନିୟମ ଓ କୌଶଳ ସମ୍ପର୍କରେ ନିଜ ଜ୍ଞାନର ଉନ୍ନତି କରିବା ନିହାତି ଆବଶ୍ୟକ ।
Sign in
Sign in
Recover your password.
A password will be e-mailed to you.