୧୨ ଓ ୧୩ରେ ପ୍ରବଳ ବର୍ଷା ସମ୍ଭାବନା

0 124

ଭୁବନେଶ୍ୱର: ସୋମବାର ରାଜ୍ୟରେ ବର୍ଷା ଆରମ୍ଭ ହେବ । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷାରେ ବିଲରେ ଅମଳ ହୋଇ ରହିଥିବା ଫସଲ ନଷ୍ଟ ହୋଇଯିବାର ଭୟ ଘାରିଛି । ଏହି ଅଦିନିଆ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଯାଇଛି ।

hiring

ସୋମବାର ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ପଶ୍ଚିମା ଝଡ଼ ପ୍ରଭାବରେ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର, ସୁନ୍ଦରଗଡ଼, ଦେବଗଡ଼ ଓ ବରଗଡ଼ର କିଛି ସ୍ଥାନରେ ବର୍ଷିବ । ସ୍ୱଳ୍ପରୁ ମଧ୍ୟମ ପରିମାଣରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଆଉ କିଛି ଜିଲ୍ଲାରେ ଅଧିକ ବର୍ଷା ଆଶଙ୍କା ରହିଛି । ଏ ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

6 + 1 =