କପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଭାରତ ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିନାୟକ ବିରାଟ କୋହଲି ଅନ୍ତିମ ଟେଷ୍ଟରେ ଫେରିଛନ୍ତି । ଏଥିସହିତ ଆହତ ମହମ୍ମଦ ସିରାଜଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଏକାଦଶ ଖେଳିବାର ସୁଯୋଗ ଦିଆଯାଇଛି ।
ଦକ୍ଷିଣ ଆଫ୍ରିକା ଦଳରେ କୌଣସି ପରିବର୍ତ୍ତନ କରିନାହିଁ । ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ଏହି ସିରିଜରେ ଅଗ୍ରଣୀ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦକ୍ଷିଣ ଆଫ୍ରିକାଠଆରୁ ୭ ୱିକେଟରେ ପରାସ୍ତ ହୋଇଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦୁଇ ଦଳ ବର୍ତ୍ତମାନ ୧-୧ ରେ ରହିଛନ୍ତି । ତୃତୀୟ ଟେଷ୍ଟରେ ଜିତି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ରହିଛି ।