ମିହିର ଦାସଙ୍କ ପରଲୋକ

0 125

ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ସୁନାମଧନ୍ୟ ଓ ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି । ଦୀର୍ଘଦିନ ଧରି ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ପରଲୋକ ଘଟିଛି । ସେ ବିବିଧ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତେ୍ୱ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲକୁ ଛୁଟିଥିଲେ । ତେବେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ତାଙ୍କ ପତ୍ନୀ ସଂଗୀତା ଦାସଙ୍କର ହୃଦଘାତରେ ପରଲୋକ ଘଟିଥିଲା ।
ମିହିର ଦାସ ମୟୁରଭଞ୍ଜରେ ୧୯୬୬ ଫେବୃଆରୀ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଯୁବକ ଅବସ୍ଥାରୁ କଳା ସଂସ୍କୃତି ଓ ଅଭିନୟ ପ୍ରତି ତାଙ୍କର ପ୍ରବଳ ଆକର୍ଷଣ ରହିଥିଲା । ମିହିରଙ୍କ ଚଳଚ୍ଚିତ୍ର ଜୀବନ ତଥା କ୍ୟାରିଅର ସୁଦୀର୍ଘ । ସ୍କୁଲ ମାଷ୍ଟର ସିନେମାରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ଏହା ଏକ କଳାତ୍ମକ ଫିଲ୍ମ ଥିଲା । ପରେ ସେ କମରସିଆଲ ତଥା ଅଣକଳାତ୍ମକ ସିନେମାରେ ଅଭିନୟ ଆରମ୍ଭ କରିଥିଲେ ଏବଂ ମଥୁରା ବିଜୟ(୧୯୭୯)ରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ତେବେ ପୁଅ ମୋର ଭଲା ଶଙ୍କର ତାଙ୍କୁ ଲୋକପ୍ରିୟତା ଓ ଖ୍ୟାତି ଦେଇଥିଲା । ଏହି ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବେଶ୍‌ ମୁଗ୍ଧ କରିଥିଲା । ଦୀର୍ଘ ତିନି ଦଶଦ୍ଧୀ ଧରି ଫିଲ୍ମ ଜଗତ ସହ ଜଡିତ ଥିବା ଏହି ଭେଟେରାନ୍‌ ଅଭିନେତା ତାଙ୍କର ବଳିଷ୍ଠ ଅଭିନୟ ପାଇଁ ଏକାଧିକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି । ତନ୍ମ ମଧ୍ୟରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର(୧୯୯୮), ଶ୍ରେଷ୍ଠ ଅଭିନେତା (୧୯୮୯), ଶ୍ରେଷ୍ଠ ସହ ଅଭିନେତା (୨୦୦୨), ଶ୍ରେଷ୍ଠ ଅଭିନେତା (୨୦୦୫), ଶ୍ରେଷ୍ଠ ହାସ୍ୟ ଅଭିନେତା(୨୦୦୭) ଓ ଶ୍ରେଷ୍ଠ ସହ ଅଭିନେତା (୨୦୧୦) ଅନ୍ତର୍ଭୁକ୍ତ ।

hiring


ସେ ଅଭିନୟ କରିଥିବା ସିନେମା ଗୁଡିକ ମଧ୍ୟରେ ମଥୁରା ବିଜୟ, ରାମାୟଣ, ଏଇ ଆମ ସଂସାର, ଏଇ ତ ଦୁନିଆ, ଆକାଶର ଆଖୀ, କନ୍ୟାଦାନ, ପରଦେଶୀ ଚଢେଇ, କାଳିଆ ଭରସା, ହିସାବ କରିବ କାଳିଆ, କି ହେବ ଶୂଆ ପଶିଲେ, ଘର ମୋର ସ୍ୱର୍ଗ, ଶ୍ରଦ୍ଧାଞ୍ଜଳି, ମୁକ୍ତି ମଶାଲ, ମହୁଆ, ଜୀବନ ଧାରା, ଭାଇ ହେଲା ଭଗାରୀ, ସୁହାଗ ସିନ୍ଦୁର, ଗଙ୍ଗା ଜମୁନା, ସ୍ତ୍ରୀ, ସୌଭାଗ୍ୟବତୀ, ପବିତ୍ର ବନ୍ଧନ, ଲକ୍ଷ୍ମୀର ଅଭିସାର, ମାଆ ପରି କିଏ ହେବ, ଗୋପରେ ବଢୁଛି କଳା କହ୍ନେଇ, ପ୍ରେମ ବନ୍ଧନ, ହରି ଭାଇ ହାରେନା, ସମୟ ଖେଳୁଛି ଚକାଭଉଁରୀ, ରାକ୍ଷୀ ବାନ୍ଧିଲେ ମୋ ରଖିବ ମାନ ଆଦି ଅନ୍ତର୍ଭୁକ୍ତ ।

hiranchal ad1
Leave A Reply

Your email address will not be published.

14 − ten =