ଗଣତନ୍ତ୍ର ଦିବସ ପାଇଁ ସରକାର ଜାରି କଲେ କଟକଣା, ଏମିତି ହେବ ପାଳନ

0 144

ଭୁବନେଶ୍ବର : ଗଣତନ୍ତ୍ର ଦିବସ ପାଳନ ଉପରେ ସରକାରଙ୍କ କଟକଣା । ସକାଳ ସାଢେ ୮ଟା ପରେ ହେବ ପତାକା ଉତ୍ତୋଳନ । କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡର ଅଂଶଗ୍ରହଣ କରିବେ ନାହିଁ । ଅଳ୍ପ ସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ ପାଇଁ ମିଳିବ ଅନୁମତି । ସମସ୍ତ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ ।କରୋନା ମହାମାରୀ ପାଇଁ ଏବେ ପୁଣି କଟକଣା ଜାରି କରିଛନ୍ତି ସରକାର । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତ ହୋଇଛନ୍ତି ସରକାର । ଟିକାକରଣକୁ ଜୋରଦାର କରିବା ସହ ନିୟମକୁ ପୁଣି କଡାକଡି କରାଯାଇଛି । ମାସ୍କ ଚେକିଂ ସହ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

hiranchal ad1
Leave A Reply

Your email address will not be published.

1 × 4 =