ରଥଯାତ୍ରା ପାଇଁ ବଡ଼ରାଉଳ ପୀଠରେ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା

0 108

ଦଶପଲ୍ଲା,୧୧/୧ : – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ନୟାଗଡ ଼ଜିଲ୍ଲାଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ,ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ବନବିଭାଗ ଜରିଆରେ ଏକ ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଁଚିବା ପରେ ଜଗନ୍ନାଥଦଳ ତରଫରୁ ସନ୍ଥସେବକ ଲଳିତ ଦାସଙ୍କ ନେତୃତ୍ୱରେ ନାମସଂକୀର୍ତନ ଦ୍ୱାରା ପାଛୋଟି ନେଇଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ , ବରିଷ୍ଠ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ ଡିଏଫଓ ଲାଗିମାଳ ଓ ମାହାର୍ଦ୍ଦ ଗ୍ରହଣ କରିଥିଲେ । ନୟାଗଡ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହୋଇ ଆଗାମୀ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମେ ରଥକାଠ ପୁରୀରେ ପହଁଚିଥାଏ । ସରସ୍ୱତୀ ପୂଜା ଦିନ ରଥ ପାଇଁ ୧୨ଫୁଟ ଲମ୍ବର ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁକୂଳ ପୂଜା ହୋଇଥାଏ । ପରେ ଶ୍ରୀରାମନବମୀ ତିଥିରେ କଟକ ଖପୁରିଆସ୍ଥିତ କରତକଳରେ ବିଧିବଦ୍ଧ ଭାବେ ରଥକାଠ ଚିରଟ ଅନୁକୂଳ ହୁଏ । ପରେ ଅକ୍ଷୟ ତୃତୀୟା ତିଥିରେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ । ସାଧାରଣତଃ ପୂଜାର୍ଚ୍ଚନା ହୋମ କାର୍ଯ୍ୟ କରାଯାଇ ଠାକୁରାଣୀଙ୍କ ପୀଠରୁ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ୍ତ ଧଉରା ୩୮୫ଖଣ୍ଡ ,ଅସନ ୩୩୨ଖଣ୍ଡ , ସିମିଳି ୩ଖଣ୍ଡ ,ଫାସୀ ୭୨ଖଣ୍ଡ ପ୍ରଜାତିର ରଥକାଠ ବୁଧବାର ଠାରୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଦରକାର ହେଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୮୦ଖଣ୍ଡ କାଠ ବଳକା ରହିଛି । ଚଳିତ ବର୍ଷ ଆଉ ୭୮୫ ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦିଆଯିବ । ମା ବଡ଼ରାଉଳଙ୍କ ପୀଠରେ ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ପୌରହିତ୍ୟ କରିଥିବାବେଳେ ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ ମଲ୍ଲିକ , ଗଣିଆ ରେଞ୍ଜର ସୋନାଲି ସିଓ , ଛାମୁଣ୍ଡିଆ ରେଞ୍ଜରଙ୍କ ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − sixteen =