ଦୀର୍ଘ ୨୫ ବର୍ଷ ପରେ ପୁଣି ବଜାରକୁ ଆସୁଛି ଏହି ବାଇକ୍‌

0 198

ଯୁବ ବର୍ଗଙ୍କ ମଧ୍ୟରେ ବାଇକ ପ୍ରତି ଏକ ବିଶେଷ ଆକର୍ଷଣ ରହିଥାଏ । ବଜାରକୁ ଯେ କୌଣସି ଏକ ନୂଆ ମଡେଲର ବାଇକ ଆସିଲେ,ତା ସଂପର୍କରେ ଜଣିବାର ଆଗ୍ରହ ଥାଏ । କିଣିନପାରିଲେ ମଧ୍ୟ ଟିକିନିଖି ଖବର ରଖନ୍ତି । କିନ୍ତୁ ଧନୀ ବ୍ୟକ୍ତିମାନେ କାଳ ବିଳମ୍ବ ନକରି କିଣିଥାନ୍ତି । ସେହିପରି ଅନେକ ଲୋକଙ୍କର ପୁରୁଣା ବାଇକ ପ୍ରତି ମଧ୍ୟ ଖାସ୍‌ ଆକର୍ଷଣ ଥାଏ । ୨୦୨୨ ବର୍ଷ ବାଇକପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ବୋଳି ଅନୁମାନ କରାଯାଉଛି । କାରଣ କେତେକ କଂପାନୀ ଅତ୍ୟାଧୁନିକ ଜ୍ଞାନକୌଶଳ ଖଞ୍ଜା ନୂଆ ମଡେଲ ବଜାରକୁ ଛାଡ଼ିବାକୁ ଯୋଜନା କରିଛନ୍ତି । ଆଉ ଏକ ରୋଚକ ଖବର ହେଉଛି,ଭାରତୀୟ ବଜାରରୁ ବହୁ ବର୍ଷଧରି ଗାଏବ ହୋଇଯାଇଥିବା ଏକ ବାଇକ ପୁଣି ରୋଡ଼ରେ ରାଜ୍‌ କରିବାକୁ ଆସୁଛି । ତାହା ହେଉଛି ରୋଡ୍‌ କିଙ୍ଗ ୟେଜଦି । ଦୀର୍ଘ ୨୫ ବର୍ଷ ପରେ ୟେଜଦି ପୁଣି ଥରେ ବାଇକ୍‌ ବଜାରରେ ପ୍ରବେଶ କରିବାକୁ ଯାଉଛି । ଏହି କମ୍ପାନୀ ୧୯୭୩ରେ ଭାରତୀୟ ବାଇକ୍‌ ବଜାରରେ ପ୍ରବେଶ କରିଥିଲା ଏବଂ ୧୯୯୬ ରେ ବାଇକ୍‌ ବିକ୍ରୟ ବନ୍ଦ କରିଥିଲା । ବର୍ତ୍ତମାନ ୟେଜଡି ରୋଡକିଙ୍ଗ ୨୦୨୨ରେ ଦୁଇଟି ମୋଟରସାଇକେଲ ଲଞ୍ଚ କରିବାକୁ ଯୋଜନା କରୁଛି । ୟେଜଦି ରୋଡକିଙ୍ଗ ସ୍କ୍ରାମ୍ବଲର୍‌ ବଜାରରେ ଆଗାମୀ ରୟାଲ୍‌ ଏନ୍ଫିଲ୍ଡ ହଣ୍ଟର୍‌ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଉଭୟ ବାଇକ୍‌ରେ ଗୋଲାକାର ହେଡଲ୍ୟାମ୍ପ ଏବଂ ଫର୍କ ଗାଇଟର୍‌ ଭଳି ବୈଶିଷ୍ଟ୍ୟ ରହିଛି । ୩୩୪ ସିସି ଇଞ୍ଜିନ ବିଶିଷ୍ଟ ଏହି ବାଇକ ଚଳିତ ମାସରେ ବଜାରକୁ ଆସିବ ଏବଂ ଏହାର ଆନୁମାନିକ ମୂଲ୍ୟ ୧.୦୫ ଲକ୍ଷ ଟଙ୍କା(ଏକ୍ସ-ଶୋ’ରୁମ) ହେବ ।

hiranchal ad1
Leave A Reply

Your email address will not be published.

1 × 3 =