ଅମାନିଆଁ ହେଉଛନ୍ତି ବାହାର ରାଜ୍ୟର ଫେରନ୍ତା ଶ୍ରମିକ

0 1,148

ବୈାଦ୍ଧ: ଗତ ୩ଦିନ ହେଲା ବୌଦ୍ଧଦେଇ ଜାତୀୟ ରାଜପଥ ନଂ ୫୭ରେ ହଜାରହଜାର ଶ୍ରମିକ ବସ୍‌ଯୋଗେ ଗୁଜୁରାଟରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଫେରୁଛନ୍ତି । ରାସ୍ତାରେ ଆସୁଥିବା ବସ୍‌ଗୁଡିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ସେଥିରେ ଆସୁଥିବା ଶ୍ରମିକମାନେ ଗାଡିରୁ ଓହ୍ଲାଇ ଗହଳି କରୁଥିବା ଦେଖିବାକୁ ମିଳୁଛି । ସେମାନେ ବିଭିନ୍ନ ଦୋକାନରୁ ଖାଦ୍ୟସାମଗ୍ରୀ ଓ ଜଳଖିଆ କିଣି ସର୍ବସାଧାରଣ ସ୍ଥାନରେ ବସି ଖାଉଛନ୍ତି । ନାଳ, ପୋଖରୀ ମାନଙ୍କରେ ସ୍ମାନଶୌଚ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

hiring


ଗୁଜୁରାଟରୁ ଫେରୁଥିବା ବାହାର ଜିଲ୍ଲାର ଶ୍ରମିକମାନେ ବୌଦ୍ଧରେ ଅଟକି ଅବାଧ ବିଚରଣ କରୁଥିବା ଯୋଗୁଁ ସାଧାରଣଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଉଛି । ପ୍ରଥମ ପର୍ଯ୍ୟାୟରେ ଫେରିଥିବା ୪ଟି ବସ୍‌କୁ ଜିଲ୍ଲାକୁ ଅତିକ୍ରମ କରାଇବାବେଳେ ପୋଲିସ ଓ ପ୍ରଶାସନ ଯେଭଳି ସଜାଗ ହୋଇଥିଲା ଏବେ ସେଭଳି ତତ୍ପରତା ଆଉ ଦେଖାଉନଥିବା ଅଭିଯୋଗ ହେଉଛି । ସେମାନଙ୍କର ଅବାଧ ବିଚରଣ ସର୍ବସାଧାରଣ ସ୍ଥାନରେ ହେଉଥିବାରୁ ପ୍ରଶାସନ ସେଥିପ୍ରତି କଟକଣା କରାଇବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

three × 3 =