ଓଡ଼ିଆ ଵାପଟିଷ୍ଟ ଚର୍ଚ୍ଚ ପକ୍ଷରୁ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ

0 369

ଫୁଲବାଣୀ : ଦେଶରେ କରୋନା ପାଇଁ ଜନସାଧାରଣ ଭୟଭୀତ ହେଉଥିବା ବେଳେ ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓଡ଼ିଆ ଵାପଟିଷ୍ଟ ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଡଃ,ବୃନ୍ଦା ଡି ଙ୍କ ଜରୀଆରେ ଏକ ଲକ୍ଷ ଟଙ୍କା ସହାୟତା କରିଛନ୍ତି। କରୋନା ମହାମାରୀ ପାଇଁ ପ୍ରତ୍ୟେକ ଖ୍ରୀଷ୍ଟିଆନ ପରିବାର ଗୁଡିକ ଘରେ ଘରେ ପ୍ରାର୍ଥନା ମଧ୍ୟ କରିଥାନ୍ତି। ଫୁଲବାଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ର ସଭାପତି ଶ୍ରୀ ଇମାନୁଏଲ ରଥ, ସାଧାରଣ ସମ୍ପାଦକ ଶ୍ରୀ ଗିଦିୟନ ନାୟକ, କେଷାଦକ୍ଷ ଶ୍ରୀ ରବିନ କୁମାର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଭୁଦତ୍ତ ମିଶ୍ର,ସହ ସମ୍ପାଦକ ଶ୍ରୀ ଆଶିଷ କୁମାର ସେନାପତି,ପାଳକ ବିଜୟ କୁମାର କରାଡ,ପ୍ରଚାରକ ଅ ଜିତେନ୍ଦ୍ରିୟ ସୁନା, ଶ୍ରୀ ପରିତୋଷ ଚନ୍ଦ୍ର ମିଶ୍ର, ଶ୍ରୀମତୀ ଦୁଲହନା ପ୍ରିୟଦର୍ଶିନୀ ମିଶ୍ର, ଶ୍ରୀମତୀ ପୁଷ୍ପିତା ରାଉତ, ଏବଂ ଶ୍ରୀ ଆଶିଷ ଚନ୍ଦ୍ର ମିଶ୍ର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧,୦୦,୦୦୦ ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା । ମଣ୍ଡଳୀ ର ବିଶ୍ଵାସି ମାନଙ୍କ ଦ୍ଵାରା ଏହି ଅର୍ଥ ଆଦାୟ କରି ପ୍ରାର୍ଥନା ର ସହିତ ପ୍ରଦାନ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

four × 1 =