ତିନି ଅଧିନାୟକଙ୍କ ଉପରେ ମତ ରଖିଲେ ପ୍ରସାଦ କାହାର ବ୍ୟବହାର କ’ଣ?

0 92

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଭାରତର ବର୍ତ୍ତମାନ ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ଏମ୍‌ଏସ୍ ଧୋନି ଓ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ତୁଳନାତ୍ମକ ଚିନ୍ତା କରି କିଏ କିପରି ମନୋଭାବର ତାହା ସୋଶିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ୍ କରିଛନ୍ତି । ତାଙ୍କ ମତ ଅନୁସାରେ ଉପରୋକ୍ତ ତିନିଜଣ ନିଶ୍ଚୟ ଭାବରେ ତିନି ପ୍ରକାର ସ୍ୱଭାବର ଅଟନ୍ତି । ସେମାନଙ୍କ ମଧ୍ୟରୁ ଧୋନିଙ୍କ କଥା କହି ସେ କହିଛନ୍ତି ଯେ, ଧୋନି ସର୍ବଦା ଶାନ୍ତ ଓ ନମ୍ର ସ୍ୱଭାବର ରହିଥାନ୍ତି । ସେ ମ୍ୟାଚ ଜିତିବା ପରିସ୍ଥିତିରେ ଥାଉ, କି ଜିତିଯାଇଥାଉ କିମ୍ବା ଦଳ ମ୍ୟାଚ୍‌ଟି ହାରୁ । କୌଣସି ପରିସ୍ଥିତିରେ ତାଙ୍କୁ ରାଗିବା କିମ୍ବା ଚିଡ୍‌ଚିଡ଼ା ହେବା ସ୍ୱଭାବ ତାଙ୍କଠାରେ ପରିଲକ୍ଷିତ ହୋଇନଥାଏ ବୋଲି ପ୍ରସାଦ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସେହିପରି, ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ, ବିରାଟ ସବୁବେଳେ ଖୁ୍‌ଲୁମ୍‌ଖୁଲା । ସେ ମନ ଭିତରେ କ\’ଣ ଭାବନା କରିଥିବେ ତାହା ବାହାରକୁ ଖୁବ୍‌ଶୀଘ୍ର ବାହାର କରି ତାକୁ ଲୋକଲୋଚନକୁ ଆଣିବେ । ତାଙ୍କର କୌଣସି କଥା ପେଟ ଭିତରେ ଲୁଚାଇଛପାଇ ରଖନ୍ତି ନାହିଁ । ପୁଣି ରୋହିତଙ୍କ ବିଷୟରେ ବକ୍ତବ୍ୟ ଦେଇ ପ୍ରସାଦ କହିଥିଲେ ଯେ, ସେ ଅନ୍ୟ ଖେଳାଳିମାନଙ୍କୁ କିପରି ବ୍ୟାଟିଂ କଲେ ଭଲ ହେବ, କେଉଁ ଅର୍ଡ଼ରରେ ବ୍ୟାଟିଂ କରିବାକୁ ଆସିଲେ ଦଳର ଭଲ ହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି । ଏହାପରେ ଧୋନିଙ୍କ ଭବିଷ୍ୟତ କଥା ଉପରେ ମତ ଦେଇ କହିଥିଲେ ଯେ, ଧୋନିଙ୍କ ବଦଳ ଖେଳାଳି ଭାବେ ରିଷଭ ପନ୍ତ ହିଁ ଉପଯୁକ୍ତ ଖେଳାଳି ବୋଲି ସେ କହିଥିଲେ । ଆହୁରି ମଧ୍ୟ କେଏଲ୍ ରାହୁଲ୍ ମଧ୍ୟ ଭାରତୀୟ ଦଳର ଜଣେ ଉଚ୍ଚକୋଟିର ବ୍ୟାଟ୍ସମ୍ୟାନ୍ ଅଟନ୍ତି ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

eight + 19 =