ଟି-୨୦ ବିଶ୍ୱକପ୍ ନେଇ ବ୍ରିଟିଶ୍ କ୍ରିକେଟର ଜେସନ୍ ଦେଲେ ଏପରି ମତ

0 74

ଲଣ୍ଡନ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ଅନ୍ୟତମ ବିଶ୍ୱସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଟି-୨୦ ବିଶ୍ୱକପ୍‌କୁ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା ହେବ କି ନହେବ ସେଥିନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଇଂଲଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଜେସନ୍ ରଏ ଦେଇଥିବା ନିଜସ୍ୱ ମତ ଚର୍ଚ୍ଚାର ବିଷୟ ହୋଇଛି । ଜେସନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଦି ପ୍ରସ୍ତୁତି ଠିକ୍ ଭାବରେ ଏପର୍ଯ୍ୟନ୍ତ ହୋଇନାହିଁ, ତା\’ହେଲେ ଏହି ବିଶ୍ୱକପ୍‌କୁ ବନ୍ଦ କରିଦିଆଯିବା ବରଂ ଭଲ ହେବ । ଅକ୍ଟୋବର, ନଭେମ୍ବରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ତେବେ ବର୍ତ୍ତମାନର ପରିସ୍ଥିତିରେ ସେହି ସମୟରେ ଆୟୋଜିତ ହେବା ସମ୍ଭାବନା କମ୍ । ଦଳଗୁଡ଼ିକ ଯଦି ଯଥେଷ୍ଟ ଭାବରେ ପ୍ରସ୍ତୁତ ନୁହଁନ୍ତି, କିମ୍ବା ଅଭ୍ୟାସ ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ସମୟର ଅଭାବ ରହିଛି, ସେ କ୍ଷେତ୍ରରେ ବିଶ୍ୱକପ୍‌କୁ ବନ୍ଦ କରିଦିଆଯିବା ଉଚିତ୍ ହେବ । ଅଷ୍ଟ୍ରେଲିଆରେ ଏବେବି ଲକ୍‌ଡାଉନ୍ ସ୍ଥିତି ଜାରି ରହିଛି । ଏହି ଖେଳ ଅଷ୍ଟ୍ରେଲିଆରେ ହେବାର ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟିହେବା ସ୍ୱାଭାବିକ । ଅଷ୍ଟ୍ରେଲିଆରେ ସମସ୍ତ କ୍ରିକେଟ୍ କାର୍ଯ୍ୟକଳାପ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଛି । ଖେଳାଳିମାନେ ଯଦି ହାତରେ ଯଥେଷ୍ଟ ସମୟ ନାହିଁ ବୋଲି ଅନୁଭବ କରୁଛନ୍ତି ଏବଂ ଅଷ୍ଟ୍ରେଲିଆକୁ ଯିବା ସମ୍ଭବ ନୁହେଁ ବୋଲି ମନେ କରୁଛନ୍ତି, ସେ କ୍ଷେତ୍ରରେ ବିଶ୍ୱକପ୍ କରାଯିବାର କୌଣସି ମାନେ ନାହିଁ ବୋଲି ଜେସନ୍ ଇଏସପିଏନ୍ କ୍ରିକ୍ ଇନ୍‌ଫୋ ୱେବସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + nine =