ଭୁବନେଶ୍ୱରରେ ଖୋଲିବନି ମଦ ଦୋକାନ

0 94

ଭୁବନେଶ୍ୱର: ଭୁବନେଶ୍ୱରରେ ମଦ ଦୋକାନ ଖୋଲିବ ନାହିଁ । ଏ ନେଇ ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶ ଷଡଙ୍ଗୀ । ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ପରେ କେନ୍ଦ୍ର ସରକାର ଏ ନେଇ ଗାଇଡଲାଇନ ଜାରି କରିଛନ୍ତି । ଅରେଞ୍ଜ ଓ ଗ୍ରୀନ୍ ଜୋନରେ ବହୁ କଟକଣା କୋହଳ କରାଯାଇଥିବା ବେଳେ ମଦ ଦୋକାନ ଖୋଲିବ ବୋଲି ସଂକେତ ମଧ୍ୟ ଦିଆଯାଇଥିଲା । ଏଣୁ ଦିନକ ପୂର୍ବରୁ ରାଜଧାନୀରେ ମଦ ଦୋକାନ ଖୋଲିବା ନେଇ ଶୁଣାଯାଇଥିଲା । ଏହାକୁ ନେଇ ଅନେକ ଖୁସି ହୋଇଥିବା ବେଳେ ଆଜି କମିଶନରଙ୍କ ଏଭଳି ନିଷ୍ପତ୍ତି ସେମାନଙ୍କର ଖୁସିକୁ ଫିକା ପକାଇ ଦେଇଛି । ଅନ୍ୟ ପକ୍ଷରେ ମଦ ଚାହିଦା ମେଣ୍ଟାଇବା ପାଇଁ ମଦ କାରଖାନାକୁ ଅନୁମତି ଦେବାକୁ ଅବକାରୀ କମିଶନର ବିଭାଗକୁ ଚିଠି ଲେଖିଥିଲେ । ପରବର୍ତ୍ତୀ ସମୟରେ ମଦ ଦୋକାନ ଖୋଲିବା ଦରକାର ନାହିଁ ବୋଲି ମଦ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯିବା ପରେ ରାଜ୍ୟରେ ସରକାର ମଦ ଦୋକାନ ଖୋଲିବା ନେଇ ସ୍ପଷ୍ଟ ନିଷ୍ପତ୍ତି ନେଇପାରିନାହାନ୍ତି । ତେବେ ଆମକୁ ମିଳିଥିବା ଖବର ଅନୁଯାୟୀ ଆଜି ଗ୍ରୀନ୍ ଜୋନରେ କେତେକ ମଦ ଦୋକାନ ଖୋଲିଥିବା ଶୁଣାଯାଇଛି । ଏଥିପାଇଁ ଜିଲ୍ଲା ବାଡ ଡେଇଁ ବାହାର ଲୋକ ମଦ ଦୋକାନ ନିକଟରେ ପହଞ୍ଚୁଥିବା କୁହାଯାଇଛି । ସରକାର ମଦ ଦୋକାନ ଖୋଲିବା ନେଇ ଆଜି ସଂଧ୍ୟାରେ ଏକ ଠୋସ୍ ନେବାକୁ ଯାଉଛନ୍ତି ।

hiranchal ad1
Leave A Reply

Your email address will not be published.

one × 5 =