ପାକିସ୍ତାନକୁ ଭାରତର ଚେତାବନୀ: ତୁରନ୍ତ ପିଓକେ ଖାଲି କର

0 137

ନୂଆଦିଲ୍ଲୀ :ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଏବେ ପୁଣି ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ପାକିସ୍ତାନ ନିର୍ବାଚନ କରି କାମଚଳା ସରକାର ନିଯୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି । ତେବେ ପିଓକେ ଭାରତର ଆଭ୍ୟନ୍ତରୀଣ ଅଙ୍ଗ ବୋଲି ଦର୍ଶାଇ ଭାରତ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିଛି । ପିଓକେରେ ଗିଲଗିଟ୍‌-ବାଲତିସ୍ତାନ ଅଞ୍ଚଳ ରହିଛି । ସେଠାରେ କାମଚଳା ସରକାର ଗଠନ ପାଇଁ ପାକିସ୍ତାନ ସୁପ୍ରିମ୍‌କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସରକାର ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପିଓକେର ସ୍ଥିତାବସ୍ଥାରେ ଏଭଳି ପରିବର୍ତ୍ତନ ଆଣିବା ପାଇଁ ପାକିସ୍ତାନ ଉଦ୍ୟମ କରିଥିବାରୁ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ତା\’ସହିତ ତୁରନ୍ତ ପିଓକେ ଖାଲି କରିବା ଲାଗି ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ଚେତାବନୀ ଦିଆଯାଇଛି । ଭାରତ କହିଛି ଯେ, ପିଓକେର ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ପାକିସ୍ତାନର କୌଣସି ଅଧିକାର ନାହିଁ । କାରଣ ଏହା ଭାରତର ଆଭ୍ୟନ୍ତରୀଣ ଅଙ୍ଗ । ପାକିସ୍ତାନର ଜଣେ ବରିଷ୍ଠ ରାଷ୍ଟ୍ରଦୂତ୍ତଙ୍କୁ ଭାରତ ଏକଥା ଜଣାଇ ଦେଇଛି ଯେ, ଗିଲଗିଟ୍‌-ବାଲତିସ୍ତାନ ସମଗ୍ର ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପରିସର ମଧ୍ୟରେ ରହିଛି । ଏହା ଉପରେ ଭାରତର ଆଇନଗତ ଅଧିକାର ମଧ୍ୟ ରହିଛି । ପାକିସ୍ତାନ ସରକାର କିମ୍ବା ପାକିସ୍ତାନର କୌଣସି କୋର୍ଟ ପିଓକେରେ ଜୋରଜବରଦସ୍ତି କୌଣସି ନିୟମ ଲାଗୁ କରିପାରିବେ ନାହିଁ । ତେଣୁ ଏବେ ପାକିସ୍ତାନ ସରକାର କିମ୍ବା ସେଠା ସୁପ୍ରିମ୍‌କୋର୍ଟ ଯେଉଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ତାହା ସଂପୂର୍ଣ୍ଣ ଭୁଲ୍ । ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳକୁ ଖାଲି କରୁ ବୋଲି ଉପରୋକ୍ତ ରାଷ୍ଟ୍ରଦୂତ୍ତଙ୍କୁ ଭାରତ ଜଣାଇ ଦେଇଛି ।

hiranchal ad1
Leave A Reply

Your email address will not be published.

one × one =