ରଥ ନିର୍ମାଣ ହେବ

0 140

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବ । ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି । ତଦନୁସାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ।

hiring

ସେହିପରି କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି ଯେ, ପୁରୀ ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି । ଗ୍ରୀନ୍ ଜୋନରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । ରଥ ନିର୍ମାଣ ଏକ ଶ୍ରମଭିତ୍ତିକ କାର୍ଯ୍ୟ ତେଣୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇପାରିବ ବୋଲି ସେ କହିଛନ୍ତି । ଏଥିସହ ରଥ ନିର୍ମାଣକୁ ନେଇ ଗତ କିଛି ଦିନ ହେଲା ଲାଗି ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି ।

hiranchal ad1
Leave A Reply

Your email address will not be published.

five × 1 =