ବୋଲିଂ କୋଚ୍ ଦାୟିତ୍ୱ ଦେଲେ ଭାରତରେ ଏକାଧିକ ବୋଲର ସୃଷ୍ଟି କରିପାରିବି

0 128

ଇସଲାମାବାଦ :ପାକିସ୍ତାନର ପୂର୍ବତନ ପେସର୍ ଶୋଏବ୍ ଅଖ୍‌ତର ଭାରତୀୟ ଦଳର ବୋଲିଂ କୋଚ୍ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସୋସିଆଲ୍ ନେଟ୍‌ୱର୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମରେ ଅଖତର କହିଛନ୍ତି ଯେ ପେସର୍ ଭାବେ ସେ ସବୁବେଳେ ଯୁବପିଢ଼ି ବୋଲର୍‌ଙ୍କ ସହ ତାଙ୍କ ଜ୍ଞାନ ବାଣ୍ଟିବା ସକାଶେ ସେ ସବୁବେଳେ ଆଗ୍ରହୀ ରହିଆସିଛନ୍ତି । ବୋଲର୍‌ଙ୍କୁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚମକାଇ ଦେବା ଭଳି ଗୂଢ଼ ରହସ୍ୟ ଶିକ୍ଷା ଦେବାର କୌଶଳ ତାଙ୍କ ପାଖରେ ରହିଛି ବୋଲି ଅଖତର କହିଛନ୍ତି । ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ପଦବୀରେ ନିଯୁକ୍ତି ପାଇଁ ଅଫର୍ ପାଇଲେ ସେ ଏହାକୁ ସହର୍ଷ ଗ୍ରହଣ କରିବେ ଓ ଭାରତ ପାଇଁ ସେ ଏକାଧିକ ଦ୍ରୁତଗାମୀ ବୋଲର୍ ସୃଷ୍ଟି କରିପାରିବେ ବୋଲି ଅଖତର ଦୃଢ଼ୋକ୍ତି ପ୍ରକାଶ
କରିଛନ୍ତି । ସେହିପରି ତାଙ୍କର ପୂର୍ବତନ ଆଇପିଏଲ୍ ଦଳ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ପକ୍ଷରୁ ତାଙ୍କୁ ସୁଯୋଗ ମିଳିଲେ, ସେ ଏହି ଦଳର ଖେଳାଳିଙ୍କୁ ଟ୍ରେନିଂ ଦେବାକୁ ଇଚ୍ଛୁକ ବୋଲି ଅଖତର କହିଛନ୍ତି । ସେହିପରି ଗତ ୧୯୯୮ ଭାରତ ଗସ୍ତରେ ସଚିନ୍‌ଙ୍କୁ ସେ ପ୍ରଥମ ଥର ପାଇଁ ଭେଟିଥିଲେ ବୋଲି ଅଖତର କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × three =