ଗଜପତି ଜିଲ୍ଲାର ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ କୋରନାକୁ ନେଇ ଲୋକଙ୍କୁ ସଚେତନତା କରାଉଛନ୍ତି।ସାମାଜିକ ଦୂରତା ରକ୍ଷା କରିବା ମାସ୍କ ପିନ୍ଧିବା, ବାରମ୍ବାର ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ କହୁଛନ୍ତି।ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀ ମଧ୍ୟ ସାମିଲ ହୋଇ ଗ୍ରାମ ରେ ସଚେତନତା କରାଉଛନ୍ତି।ଆଜି କାଶୀ ନଗର ବ୍ଲକର ସିଦ୍ଧ।ମଡଙ୍ଗ ଗ୍ରାମପଞ୍ଚାୟତର CH ଲକ୍ଷ୍ମୀ ପୁର ହରିଜନ ସାହିରେ ସେହି ଭଳି ନୀଳକଣ୍ଠ ପୁର ଗ୍ରାମରେ ମଧ୍ୟ ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ,ଗ୍ରାମର ଅଙ୍ଗନବାଡି କର୍ମୀ ଓ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଭାବେ ଗ୍ରାମବାସୀଙ୍କୁ ସଚେତନତା କରାଇଛନ୍ତି।ଏହି ଭଳି ସାମାଜିକ କାମକୁ ବୁଦ୍ଧି ଜୀବୀ ମହଲରେ ଭୁୟସ ପ୍ରଶଂସା କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଧନ୍ୟବାଦ ଜଣା ଯାଇଛି।