ବୌଦ୍ଧ : ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡର ଡ୍ରେନ୍ ମଧ୍ୟକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଡି-୩୩ କ୍ୟୁ ୭୨୭୭ ନମ୍ବରର ଏହି ଘରୋଇ ଆମ୍ବୁଲାନ୍ସଟି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର ଜଣେ ରୋଗୀଙ୍କୁ ଛାଡି ଭୁବନେଶ୍ୱରକୁ ଫେରୁଥିଲା । ଡ୍ରାଇଭରର ଆଖିକୁ ନିଦ ଲାଗିଯାଇଥିବାରୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସର ଦୁଇଟି ଛକ ଡ୍ରେନ୍ ଭିତରେ ପଶିଯାଇଥିଲା ଓ ଅନ୍ୟ ଦୁଇଟି ଚକ ଝୁଲନ୍ତା ଅବସ୍ଥାରେ ରହିଥିଲା । ଦୁର୍ଘଟଣା ସମୟରେ ଗାଡିରେ କେବଳ ଡ୍ରାଇଭର ହିଁ ଥିଲେ ଓ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।