ଆଇନ ସେବା ପ୍ରାଧିକରଣ ତରଫରୁ ନିଃସହାୟ ଓ ଗରିବ ମାନଙ୍କୁ ମାଗଣା ମାସ୍କ ଓ ଖାଦ୍ୟ ବଣ୍ଟନ

0 120

ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଦ୍ଵାରା ପ୍ରଦତ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ଙ୍କ ଦ୍ଵାରା ଏକ ବିପର୍ଯ୍ୟୟ ପରିଚାଳନା ଦଳ ଗଠନ କରାଯାଇ କୋଭିଡ଼-19 ବା କୋରନା ଭାଇରସ ଭୟାବହତାରୁ ମୁକୁଳିବା ପାଇଁ କୋରନାରୁ ରକ୍ଷା, ସାମାଜିକ ଦୂରତା ପାଳନ, ମାସ୍କର ବ୍ୟବହାର ଆଦି ମାନ୍ୟବର ଅଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ଦାସଙ୍କ ଉପଦେଶ କ୍ରମେ ପ୍ରାଧିକରଣ ସଚିବ ଶ୍ରୀ ଵ୍ୟମକେଶ ଦାସ ଓ ସମ୍ମୁଖ କାର୍ଯ୍ୟାଳୟର ଓକିଲ ଶ୍ରୀ ଆର ଉଦୟ ଚନ୍ଦ୍ର ରାଓ ପ୍ରମୁଖ ପାରଳାଖେମୁଣ୍ଡି ସହରର ବିଭିନ୍ନ ଆଶ୍ରୟସ୍ଥଳୀ ଓ ବାସ ହୀନ ମାନଙ୍କ ପାଇଁ ଉଦ୍ଦିଷ୍ଟ ବାସ ସ୍ଥଳି ମାନଙ୍କୁ ସରକାରୀ ଯୋଜନା ଓ ସହାୟତା ତଦାରଖ କରିଥିଲେ ।ଏହା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ଗରିବ ଗୁରବା ମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ଏହି ମହାମାରୀ କୁ ସମୂହ ରୂପେ ନାଶ କରିବା ପାଇଁ ବାହାରକୁ ଗଲା ବେଳେ ମାସ୍କ ପରିଧାନ କରିବା ଓ ହାତ ଧୋଇବା ପାଇଁ କୁହାଯାଇଥିଲା।ଏଥି ସଙ୍ଗେ ସଙ୍ଗେ ପ୍ରାଧିକରଣ ତରଫରୁ ସମସ୍ତ ନିରାଶ୍ରୟ ମାନଙ୍କୁ ସାବୁନ ମାସ୍କ ଓ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା।ତା ସହିତ ଆଇନ ସେବା ପ୍ରାଧିକରଣ ନିୟମାବଳୀ ଅନ୍ତର୍ଗତ ଯଦି କୌଣସି ହିତାଧିକାରୀ ଲୋକ କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଅତ୍ୟାବଶ୍ୟକ ସୁବିଧା ପାଇପାରିବାରୁ ବଞ୍ଚିତ ହେଉଥାନ୍ତି ତେବେ ତୁରନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସମ୍ମୁଖ କାର୍ଯ୍ୟାଳୟ କୁ ଯୋଗାଯୋଗ କରିବା ପାଇଁ ଉପଦେଶ ଦିଆଯାଇ ଥିଲା।

hiranchal ad1
Leave A Reply

Your email address will not be published.

3 × 1 =