ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ

0 89

ରାଉରକେଲା : ଡ୍ୟୁଟିରେ ଥିବା ବେଳେ ଜଣେ ସିଆରପିଏଫ୍ ଯବାନ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଗତକାଲି ରାଉରକେଲାରେ ଏହି ଘଟଣା ଘଟିଛି । ଘଟଣା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାକୁ ନେଇ କୌଣସି ସିଆରପିଏଫ୍ ଅଧିକାରୀ ମୁହଁ ଖୋଲୁନାହାନ୍ତି । ସିଆରପିଏଫ୍ ଯବାନଙ୍କ ନାମ ରାଜପାଳ ସିଂ । ସେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି ।
କାଶ୍ମୀରରେ ୧୮ ବାଟାଲିୟନରେ ସେ କାର୍ଯ୍ୟରତ ଥିଲେ । କିଛିମାସ ତଳେ ୧୯ ବାଟାଲିୟନରେ ସେ ଯୋଗଦାନ କରିଥିଲେ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ପରେ ତାଙ୍କୁ ଲହୁଣିପଡ଼ା ଅଣାଯାଇଥିଲା । ସିଆରପିଏଫ୍ ପୁଲିସ୍ ଘଟଣାର ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

eight + 20 =