ପୁଣି ପୋଷ୍ଟର ବ୍ୟାନର ଜାରିକଲା ମାଓ ସଙ୍ଗଠନ,ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ ଆହ୍ୱାନ

0 325

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଆଜି ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ବ୍ୟାନର ମାଧ୍ୟମରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛି ଲାଲ୍‌ ବାହିନୀ । ଏଥିସହିତ ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଦୁର୍ନୀତି, ଦରଦାମ୍‌ ବୃଦ୍ଧି, ବେରୋଜଗାର,ଦମନ, ବିସ୍ଥାପନ, ଜଙ୍ଗଲ ଜମିପଟ୍ଟା, ପେସା ଆଇନ୍‌ ଲାଗୁ, ମୌଳିକ ଅଧିକାର ଦାବି କରିଛି ବ୍ୟାନର ମାଧ୍ୟମରେ ଲାଲ୍‌ ବାହିନୀ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ପରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ଲଙ୍କା କାଣ୍ଡ ଭିଆଇଥିଲେ ମାଓବାଦୀ । ରାସ୍ତା କାମରେ ନିୟୋଜିତ ହୋଇଥିବା ତ୍ରିଶକ୍ତି ଠିକା ସଂସ୍ଥାର ତିନୋଟି ଗାଡ଼ି ପୋଡ଼ି ଦେଇଥିବାବେଳେ ଦିନକ ପରେ ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ସୁନାପାଙ୍ଗା, ପଣଷପଡ଼ି, ନୁଆସାହି ଭଳି ବିଭିନ୍ନ ସ୍ଥାନରେ କେକେବିଏନ୍‌ ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାରମ୍ବାର ଏଭଳି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

20 − 20 =