ନୂତନ କୌଶଳକୁ ଆପଣାଇବା ଉପରେ ପେସ୍‌ଙ୍କ ଗୁରୁତ୍ୱାରୋପ

0 83

ନୂଆଦିଲ୍ଲୀ : ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରଖିବା ପାଇଁ କରୋନା ଲକ୍‌ଡାଉନ୍ ସମୟରେ ନୂତନ କୌଶଳ ଶିଖିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଭାରତୀୟ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ଗୁରୁତ୍ୱାରୋପ କରିଛନ୍ତି । ପ୍ରଶିକ୍ଷକଙ୍କ ପାଇଁ ସର୍ବଭାରତୀୟ ଟେନିସ୍ ସଂଘ (ଏଆଇଟିଏ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମିଳିତ ଭାବେ ଆୟୋଜିତ ଶିକ୍ଷା ୱେବିନାରରେ ପେସ୍ ବିଭିନ୍ନ ବିଷୟରେ ଭାଷଣ ଦେଇଥିଲେ । ଏଥିରେ ତାଙ୍କ ପିଲାଦିନର କଥା, ପୁରୁଷ ସର୍କିଟକୁ ସ୍ଥାନାନ୍ତର ଏବଂ ମାନସିକ ଫିଟନେସର ଭୂମିକା ଉପରେ ଆଲୋକପାତ କରିଥିଲେ । କରୋନା ଯୋଗୁଁ ଭାରତରେ ଏବେ ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେଲାଣି ଏକ୍‌ଡାଉନ୍ ଚାଲିଛି । ଏହି ସମୟ କ୍ରୀଡ଼ାବିତ୍‌ଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଚାପ ବଢ଼ୁଛି । ଏହାକୁ ସୁସ୍ଥ ରଖିବା ଲାଗି ନୂଆ କୌଶଳ ଆପଣାଇବାକୁ ପ୍ରଶିକ୍ଷକମାନଙ୍କୁ ପେସନ୍ ପରାମର୍ଶ ଦେଇଛନ୍ତି ।
ମୋ ପାଇଁ ଟେନିସ୍ ମାଧ୍ୟମରେ ସଂପର୍କ ହେଉଛି ସେହି ଜିନିଷ, ଯାହାକୁ ଅଧିକ ପସନ୍ଦ କଲେ ବୋଲି ପେସ୍ କହିଛନ୍ତି । ଏହି ସଂପର୍କ ପୀଢ଼ୀ ପରେ ବି ସ୍ୱତନ୍ତ୍ର ହୋଇ ରହିବ ବୋଲି ୧୮ ଗ୍ରାଣ୍ଡସ୍ଲାମ ବିଜେତା ଏଆଇଟିଏ ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିଛନ୍ତି । ଯେତେବେଳେ ମୁଁ ଟେନିସ୍ ଖେଳିବା ଆରମ୍ଭ କଲି, ଆରକେ ଖାନ୍ନା ଏଆଇଟିଏଇ ସଭାପତି ଥିଲେ ।

hiranchal ad1
Leave A Reply

Your email address will not be published.

twenty − 15 =