ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ

0 3,018

ବୌଦ୍ଧ : ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦରୁ ବୌଦ୍ଧକୁ ଫେରୁଥିବା ୧୨ଜଣ ଶ୍ରମିକଙ୍କୁ ବରଗଡ ଜିଲ୍ଲା ସୋହେଲା ଲୁହୁରାଚଟି ଆନ୍ତଃରାଜ୍ୟ ସୀମାରୁ ଉଦ୍ଧାର କରି ମନ୍ତ୍ରୀ ସୁଶାନ୍ତି ସିଂ ନିଜେ ଗାଡି ଚଳାଇ ବୌଦ୍ଧରେ ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର କିଛି ଶ୍ରମିକ ଓଡିଶା-ଶତିଶଗଡ ସୀମା ନିକଟକୁ ଚାଲିଚାଲି ଆସୁଥିବା ଖବର ପାଇ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କ ସହ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଲୁହୁରାଚଟି ନିକଟରେ ପହଞ୍ଚିଥିଲେ । ସୁରକ୍ଷିତ ଭାବରେ ଶ୍ରମିକମାନଙ୍କୁ ବୌଦ୍ଧ ଜିଲ୍ଲାରେ ଛାଡିବା ପାଇଁ ମନ୍ତ୍ରୀ ଉଦ୍ୟମ କରିଥିଲେ ।

hiring

ଗାଡି ମିଳିଥିଲା ମାତ୍ର ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ନେବା ପାଇଁ କେହି ଗାଡି ଡ୍ରାଇଭର କରୋନା ଭୟରେ ରାଜି ହୋଇନଥିଲେ । ଶେଷରେ ମନ୍ତ୍ରୀ ନିଜେ ଏକ ମିନିଟ୍ରକ ଚଳାଇ ସାଥିରେ ଶ୍ରମିକମାନଙ୍କୁ ନେଇ ବୌଦ୍ଧକୁ ଆଣି ଛାଡିଥିଲେ । ପରେ ପ୍ରଶାସନ ସେମାନଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇ ରଖାଇଥିଲେ ।
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସାଧାରଣ ବେଶଭୁଷା ପରିଧାନ ସହିତ ତାଙ୍କର କଥାବାର୍ତ୍ତାରେ ନିରୀହତା ଭାବ ପ୍ରକାଶ ପାଇଥାଏ । ଏବେ କରୋନା ଯୁଦ୍ଧରେ ଡ୍ରାଇଭର ସାଜି ସେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ତାଙ୍କର ମଣିଷ ପଣିଆଁକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

6 − 5 =